ମଧ୍ୟପ୍ରାଚ୍ୟରେ ଅଟକ ଭାରତୀୟଙ୍କୁ ସ୍ବଦେଶ ଆଣ: ରାହୁଲ

ନୂଆଦିଲ୍ଲୀ : ସମ୍ପ୍ରତି କରୋନା ପରିସ୍ଥିତି ଯୋଗୁଁ ମଧ୍ୟପ୍ରାଚ୍ୟରେ ଅଟକି ରହିଥିବା ଭାରତୀୟମାନଙ୍କୁ ସରକାର ତୁରନ୍ତ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶ ଫେରାଇଆଣିବାକୁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାବି କରିଛନ୍ତିା ବିଭିନ୍ନ ବେପାର ବଣିଜ ଓ କାମଧନ୍ଦା ଅନ୍ବେଷଣରେ ମଧ୍ୟପ୍ରାଚ୍ୟ ଯାଇଥିବା ହଜାର ହଜାର ଭାରତୀୟ ଏବେ ସେଠାରେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ମହାମାରୀ କରୋନାର ପ୍ରଭାବ ଯୋଗୁଁ ସେଠାରେ ଏହି ଭାରତୀୟମାନେ ଚାଲୁରଖିଥିବା ବିଭିନ୍ନ ପ୍ରକାର କାମଧନ୍ଦା ଏବେ ପୂରା ବନ୍ଦ ହୋଇଯାଇଛିା ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିଥିବାରୁ ନା ସେମାନେ ନିଜ ଜନ୍ମମାଟିକୁ ଫେରିପାରୁଛନ୍ତି ନା ସେଠାରେ ସ୍ବାଭାବିକ ଜୀବନ ଯାପନ କରିପାରୁଛନ୍ତିା ତେଣୁ ଆମର ସେହି ଭାଇ ଭଉଣୀମାନଙ୍କ ଏହି ଅବ୍ୟକ୍ତ ଦୁଃଖକୁ ଭାରତ ସରକାର ହୃଦୟଙ୍ଗମ କରି ସେମାନଙ୍କୁ ତୁରନ୍ତ ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ଭାରତକୁ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ରାହୁଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର