ଭାରତକୁ ଜଣେ ବି ଚୀନ୍‌ ସେନା ପଶି ନାହାନ୍ତି ବୋଲି ସରକାର ସ୍ପଷ୍ଟୀକରଣ ଦିଅନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭାରତକୁ ଜଣେ ହେଲେ ଚୀନ୍‌ ସେନା ପ୍ରବେଶ କରିନାହାନ୍ତି ବୋଲି ସରକାର ସ୍ପଷ୍ଟୀକରଣ ଦେଇପାରିବେ କି ବୋଲି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, ପୂର୍ବ ଲଦାଖ ଦେଇ ଭାରତ ସୀମା ମଧ୍ୟକୁ କିଛି ଚୀନ୍‌ ସୈନିକ ପଶି ଆସିଥିଲେ। ମାତ୍ର ଭାରତୀୟ ସେନା ଏହାର ସଫଳ ମୁକାବିଲା କରିପାରିଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ସଫେଇ କଂଗ୍ରେସକୁ ସନ୍ତୁଷ୍ଟ କରିପାରିନି। ପ୍ରକୃତରେ କେତେ ସଂଖ୍ୟକ ଚୀନ୍‌ ସେନା ଭାରତର କେତେ ଅଞ୍ଚଳକୁ ମାଡ଼ି ଆସିଛନ୍ତି କେନ୍ଦ୍ର ସରକାର ସେ ନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ରାହୁଲ କହିଛନ୍ତି। ଯେତେବେଳେ ଚୀନ୍‌ ଭାରତ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛି ଏବଂ ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛି, ସେତେବେଳେ ଭାରତ ସରକାରଙ୍କ ନିରବତା ଦେଶବାସୀଙ୍କ ପାଇଁ ବଡ଼ ଚିନ୍ତାର କାରଣ ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୭ ଡୋକ୍‌ଲାମ ବିବାଦ ପରେ ଚୀନ୍‌ ସେନା ପୂର୍ବ ଲଦାଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର