ଲକ୍ଷ୍ନୌ: କିଛି ସମୟ ଅଟକିବା ପରେ ଏବେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଅନୁମତି। ଗତ ରବିବାର ଦିନ ଲଖିମ୍ପୁର ଖେରିର ଯେଉଁ ସ୍ଥାନରେ କାର୍ ଚଢ଼ିବା ସହ ହିଂସାକାଣ୍ଡ ଘଟି ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ସେଠାକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ତିନିଜଣଙ୍କୁ ଆଜି ଅପରାହ୍ଣରେ ଉତ୍ତରପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିଲା। ଅନୁମତି ପରେ ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକାଇଦିଆଯାଇଥିଲା। ହେଲେ ଏବେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ମିଳିଥିବା ଜଣାପଡ଼ିଛି।
ଏବେ ରାହୁଲ ଗାନ୍ଧୀ ପ୍ରଥମେ ସୀତାପୁର ଗସ୍ତ କରିବେ ଯେଉଁଠାରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକ ରଖାଯାଇଛି। ତାଙ୍କ ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଅଛନ୍ତି। ଏହା ପରେ ସେମାନେ ଲଖିମପୁର ଖେରି ଅଭିମୁଖେ ଯିବେ।
ଉଲ୍ଲେଖଯୋଗ୍ୟ, ଗୃହ ବିଭାଗ ଅନୁମତି ଦେବା ପରେ ବି ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକାଇଦିଆଯାଇଥିଲା। ଏହା ପରେ ସେ ଏକ ଫଟୋ ଟୁଇଟ କରି ଲେଖିଥିଲେ ଯେ, ଏହା ହେଉଛି ବିଜେପି ସରକାରଙ୍କ ‘ଅନୁମତି’। ଏତେ ଡର କଣ ପାଇଁ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-39.jpg)