ନୂଆଦିଲ୍ଲୀ: ସଂସଦରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେପି ସାଂସଦ ଅନୁରାଗ ଠାକୁର । ଆମେରିକାର ଟାରିଫ ଏବଂ ଚୀନ ସହ ସୀମା ବିବାଦକୁ ନେଇ ସରକାରଙ୍କୁ ରାହୁଲଙ୍କ କଡା ସମାଲୋଚନା ପରେ ଜବାବ ରଖିଛନ୍ତି ବିଜେପି ସାଂସଦ ।
ରାହୁଲ କହିଛନ୍ତି, ଚୀନ ଆମ ଦେଶର ସୀମା ଭିତରେ ୪୦୦୦ କିଲୋମିଟର ସ୍ଥାନ ଉପରେ ବସିଛି । ବିଜେପି ସରକାର ଚୀନକୁ ୪୦୦୦ ସ୍କୋୟାର କିଲୋମିଟର ଜମି ଦେଇଦେଇଥିଲା କିନ୍ତୁ ୪୦୦୦ କିଲୋମିଟର ଜମି ନେଇଯାଇଛି ଚୀନ । ୨୦ ଯବାନ ସଦିହ ହୋଇଛନ୍ତି । କିନ୍ତୁ ଆମେ ସେମାନଙ୍କ ସହ କେକ୍ କାଟୁଛୁ କହି ବର୍ଷିବା ସହ ଏନେଇ ସେ ଚୀନ ରାଷ୍ଟ୍ରଦୂତଠୁ ଖବର ପାଇଥିବା ଦାବି କରିଛନ୍ତି ।
ତେବେ ରାହୁଲଙ୍କ ଅଭିଯୋଗ ପରେ ଜବାବ ରଖି ଅନୁରାଗ ଠାକୁର କହିଛନ୍ତି, ଯେଉଁମାନେ ଭାରତ-ଚୀନ ଉପରେ କଥା କହୁଛନ୍ତି ସେମାନେ ଚୀନ ସହ ସୁପ୍ ପିଉଛନ୍ତି । କେଉଁ ସମୟରେ ଚୀନ ଉକ୍ତ ଅଞ୍ଚଳ ଉପରେ ଅଧିକାର ବିସ୍ତାର କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । କାହିଁକି ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନଠୁ ଅନୁଦାନ ଆଣିଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/03/iWciuYRf03mcW9TSjIGw.jpg)