ଭାରତକୁ ଇଟାଲିରେ ପରିଣତ କରିଦେବେ ରାହୁଲ ଗାନ୍ଧି ଓ ପରିବାର: ଯୋଗୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ କୋଭିଡ୍‌ ମୁକାବିଲାକୁ ଲଗାତାର ସମାଲୋଚନା କରୁଥିବାରୁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ କଡ଼ା ଜବାବ ଦେଇଛନ୍ତି। ଯୋଗୀ କହିଛନ୍ତି, ଯଦି ଦେଶ ସେମାନଙ୍କ କଥା ଶୁଣିଥାନ୍ତା ତେବେ ଭାରତ ଇଟାଲିରେ ପରିଣତ ହୋଇଥାନ୍ତା। କୋଭିଡ୍‌ ମହାମାରୀ ପ୍ରାରମ୍ଭରୁ ୟୁ‌ରୋପୀୟ ରାଷ୍ଟ୍ର ଇଟାଲିରେ ସଂକ୍ରମଣ ହଠାତ୍‌ ବଢ଼ିଯାଇଥିଲା।

ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିଥିଲା। କିନ୍ତୁ ଭାରତରେ ଆରମ୍ଭରୁ ଏଭଳି ସ୍ଥିତି ଉପୁଜିନି। ଏହାକୁ ଆଧାର କରି ଯୋଗୀ ଏହି ମନ୍ତବ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରରେ ବିଜେପି ସରକାରକୁ ସମା‌ଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ପ୍ରଭାବ ନେଇ ରାହୁଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଯୋଗୀ ଦେଶ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ସ୍ବାଧୀନତା ପରେ ଦୀର୍ଘ ଦଶନ୍ଧି ଧରି କ୍ଷମତାରେ ଥିବା ଏହି ଦଳର ଦେଶ ପାଇଁ କିଛି ଏଜେଣ୍ଡା ନଥିଲା ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧିତ ଖବର