ନୂଆଦିଲ୍ଳୀ: ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଆସନ୍ତାକାଲି ଦିଲ୍ଲୀର ତିହାର ଜେଲ୍ରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଭେଟିବେ। ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍ ସିବିଆଇ ଦ୍ବାରା ଅଗଷ୍ଟ ୨୧ ତାରିଖରେ ଗିରଫ ହୋଇଥିଲେ। ତାଙ୍କୁ ଅକ୍ଟୋବର ୨୨ ତାରିଖରେ ସୁପ୍ରିମ୍କୋର୍ଟ ଜାମିନ୍ ପ୍ରଦାନ କରିଥିଲେ।
ଏହି ୭୪ ବର୍ଷୀୟ ନେତାଙ୍କୁ ଅକ୍ଟୋବର ମାସରେ ଏହି ମାମଲାରେ ବେଆଇନ ଆର୍ଥିକ କାରବାରରେ ସଂପୃକ୍ତି ହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ଗିରଫ କରିଥିଲା। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି।
Delhi: Congress leaders Rahul Gandhi & Priyanka Gandhi Vadra to meet P Chidambaram at Tihar Jail, tomorrow. (file pics) pic.twitter.com/De1LShooNb
— ANI (@ANI) November 26, 2019
ସୋମବାର କଂଗ୍ରେସ ନେତା ଶଶୀ ଥରୁର୍ କାର୍ତ୍ତି ଚିଦାମ୍ବରମଙ୍କ ସହ ମିଶି ତିହାର ଜେଲ୍ରେ ପି ଚିଦାମ୍ବରମଙ୍କୁ ଭେଟିଛନ୍ତି। କଂଗ୍ରେସ ଦଳ ଆକ୍ଷେପ ଲଗାଇଛି ଯେ ଚିଦାମ୍ବରମଙ୍କ ଗିରଫଦାରୀ ପଛରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ରାଜନୈତିକ ଅଭିସନ୍ଧି ରହିଛି।