ପ୍ରିୟଙ୍କାଙ୍କୁ କଂଗ୍ରେସର ସାଧାରଣ ସଂପାଦକ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଭାଇ ରାହୁଲ ଏବଂ ସ୍ବାମୀ ରବର୍ଟ ଭଦ୍ରା

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ନିଯୁକ୍ତି ଦିଆଯିବା ପରେ ରାଜନୀତିରେ ଉଷ୍ମତା ଦେଖା ଯାଇଛି । ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶକୁ ନେଇ ରାଜନେତାମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । କଂଗ୍ରେସକୁ ଶୁଭେଚ୍ଛା ଜଣାଇବା ସହ ରାହୁଲ ରାଜନୀତି କରିବାରେ ଅସଫଳ ବୋଲି କଂଗ୍ରେସ ପ୍ରମାଣ ଦେଇଥିବା କହିଛି ବିଜେପି। ତେବେ ପ୍ରିୟଙ୍କାଙ୍କ ପ୍ରବେଶକୁ ନେଇ ରାହୁଲଙ୍କୁ ସମାଲୋଚନା କରାଯାଉଥିବା ବେଳେ ରାହୁଲଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିବା ତାଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି ।

ପ୍ରିୟଙ୍କାଙ୍କୁ କଂଗ୍ରେସର ସାଧାରଣ ସଂପାଦକ କରାଯିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରପ୍ରଦେଶ ରାଜନୀତିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରିୟଙ୍କା ଗାନ୍ଧି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ଭଳି ଶକ୍ତିଶାଳୀ ନେତାଙ୍କ ଆବଶ୍ୟକତା ରହିଥିଲା । ମାୟାବତୀଜୀ ଏବଂ ଅଖିଲେଶଜୀଙ୍କ ସହ ଆମର କୌଣସି ଶତ୍ରୁତା ନାହିଁ । ବାସ୍ତବରେ ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ । ଯେତେ ସମ୍ଭବ ମୁଁ ତାଙ୍କର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି । କାରଣ ଆମ ୩ ଜଣଙ୍କର ଲକ୍ଷ୍ୟ ବିଜେପିକୁ ହରାଇବା ବୋଲି କହିଛନ୍ତି ରାହୁଲ ।

The Asian Age

କେବଳ ରାହୁଲ ନୁହନ୍ତି, ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ପ୍ରିୟଙ୍କାଙ୍କ ରାଜନୀତିରେ ପ୍ରବେଶକୁ ନେଇ ଫେସ୍‌ବୁକ୍‌ରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଁ ସବୁ ସମୟରେ ତୁମ ସହ ରହିଛି । ତୁମେ ଏହି କ୍ଷେତ୍ରରେ ଭଲ ପ୍ରଦର୍ଶନ କର ବୋଲି ଲେଖିଥିବା ଦେଖାଯାଇଛି । ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବରେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇଛି ।

ସମ୍ବନ୍ଧିତ ଖବର