ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ଟିପ୍ପଣୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ‘ସୁପ୍ରିମ୍‌ କୋର୍ଟ ଅପ୍ରେଲ ୧୦ ତାରିଖରେ ଦେଇଥିବା ଏକ ରାୟ ପରିପ୍ରେକ୍ଷୀରେ ମୁଁ ଚୌକିଦାର ଚୋର ହୈ ବୋଲି ଯେଉଁ ଟିପ୍ପଣୀ ରଖିଥିଲି ସେଥିପାଇଁ ମୁଁ ଦୁଃଖିତ। ମୋର ଏହି ଭୁଲ ପାଇଁ ମୁଁ ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଆନ୍ତରିକ ଭାବେ ଦୁଃଖ ପ୍ରକାଶ କରିବା ସହ ନଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି’ ବୋଲି ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଜରିଆରେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ। କଂଗ୍ରେସ ନେତା ତଥା ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂହଭୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି।

Advertisment

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଫେଲ ମାମଲାରେ ସୁପ୍ରିମ୍‌ କୋର୍ଟ ଅପ୍ରେଲ ୧୦ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ‘ଚୌକିଦାର ଚୋର ହୈ’ ବୋଲି ଟିପ୍ପଣୀ ଦେଇଥିଲେ। ରାହୁଲଙ୍କ ଏହି ଟିପ୍ପଣୀକୁ ବିରୋଧ କରି ବିଜେପି ସାଂସଦ ମୀନାକ୍ଷି ଲେଖି ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କଲାପରେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ କୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଅପ୍ରେଲ ୧୫ ତାରଖରେ ଏକ ନୋଟିସ୍‌ ଜାରି କରିଥିଲେ।

publive-image Law News

ଏହି ପରିପ୍ରେକ୍ଷୀରେ ‘ଚୌକିଦାର ଚୋର ହୈ’ ଟିପ୍ପଣୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଜରିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରବା ସହ କହିଛନ୍ତି ଯେ ସେ ସମୟରେ ନିର୍ବାଚନ ପ୍ରଚାରର ତାତିରେ ଉତ୍ତେଜିତ ହୋଇପଡ଼ି ଏପରି ଟିପ୍ପଣି ଦେଇ ଦେଇଥିଲି। ଏହା ପଛରେ ମୋର କୌଣସି ନିହିତ ଉଦ୍ଦେଶ୍ୟ ନଥିଲା ବୋଲି ନିଜ ସଫେଇରେ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ରାହୁଲ।