ନୂଆଦିଲ୍ଲୀ: ଶହ ଶହ କଂଗ୍ରେସ କର୍ମୀମାନଙ୍କ ‘ଜିନ୍ଦାବାଦ୍’ ଧ୍ବନିରେ ମୁଖରିତ ବାତାବରଣରେ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇଛନ୍ତି।
‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୫/୬ ଘଣ୍ଟା ଜେରା କରାଯାଇପାରେ ବୋଲି ବିଶ୍ବସ୍ତସୂତ୍ରରୁ ପ୍ରକାଶ। ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଶ୍ନଗୁଡ଼ିକର ସତ ସତ ଉତ୍ତର ଦେବେ ବୋଲି ରାହୁଲ୍ ଗାନ୍ଧୀ ଶପଥ ନେଇ ସାରିଲେଣି।
Image Courtesy of India Todayପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିବେ। ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯିବ। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିବେ । ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିବେ। ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିବେ।
Image Courtesy of India Todayଆଜି ସକାଳେ ଆରମ୍ଭ ହୋଇଥିବା ପ୍ରତିବାଦ ପଦଯାତ୍ରାର ରାହୁଲ୍ ଗାନ୍ଧୀ ନେତୃତ୍ବ ନେଇଥିଲେ। କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ରାହୁଲ୍ ଓ ପ୍ରିୟଙ୍କାଙ୍କୁ କାର୍ରେ ବସିବାକୁ ପଡ଼ିଥିଲା। ପ୍ରତିବାଦ ପ୍ରଦର୍ଶନପୂର୍ବକ ସମ୍ପ୍ରତି କଂଗ୍ରେସ କର୍ମୀମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ରାହୁଲ୍ ଗାନ୍ଧୀଙ୍କୁ ଜେରା କରାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ପ୍ରମୋଦ ତିୱାରି କହିଛନ୍ତି, ମୌନ ରହିବାକୁ ରାହୁଲ୍ ଗାନ୍ଧୀଙ୍କୁ ବାଧ୍ୟ କରାଯାଇଛି। ‘ବ୍ଲାକ୍ ବ୍ରିଟିସ୍’ (କେନ୍ଦ୍ର) ବିରୋଧରେ ଆମେ ସତ୍ୟାଗ୍ରହ ଚଳାଇଛୁ।
ରବର୍ଟ ଭଦ୍ରା କହିଛନ୍ତି, କ୍ଷମତାକୁ ଆସିବା ପରଠାରୁ ‘ବିଜେପି’ ଗାନ୍ଧୀ ପରିବାରକୁ ହଇରାଣ କରୁଛି। ରାହୁଲ୍ ଗାନ୍ଧୀଙ୍କୁ ଚାପଗ୍ରସ୍ତ କରିବା ଲାଗି ‘ବିଜେପି’ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଉପଯୋଗ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Rahul-Gandhi-Arrives-at-ED-Office_Thumbnail.jpg)