ପାଟଣା: କଂଗ୍ରେସ ଫୋକସରେ ବିହାର । ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ବର୍ଷ ଆରମ୍ଭରୁ ହିଁ ବିହାର ଉପରେ ଗୁରୁତ୍ବ ଦେବା ଆରମ୍ଭ କଲାଣି କଂଗ୍ରେସ । ଆଉ ଏବେ ଠାରୁ ପ୍ରସ୍ତୁତ କଲାଣି ରଣନୀତି । କଂଗ୍ରେସ ଫୋକସରେ ବିହାର ଥିବାରୁ ଖୋଦ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରକୁ ବାରମ୍ବାର ଗସ୍ତ କରି ରାଜନୀତିର ପାଣିପାଗକୁ କଂଗ୍ରେସ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି ।
#WATCH | Bihar | Lok Sabha LoP and Congress MP Rahul Gandhi joins NSUI's 'Palayan Roko Naukri Do' Yatra in Begusarai. pic.twitter.com/Eaqn2IyDJH
— ANI (@ANI) April 7, 2025
ଏଇ ପରିପ୍ରେକ୍ଷୀରେ ଆଜି ବିହାର ଗସ୍ତରେ ଯାଇ ପାଟଣାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ଯେଉଁଠି ସେ କହ୍ନେୟା କୁମାରଙ୍କ ଦ୍ବାରା ଆୟୋଜିତ ‘ପଳାୟନ ବନ୍ଦକର, ଚାକିରି ଦିଅ’ ପଦଯାତ୍ରାରେ ସାମିଲ ହୋଇଛନ୍ତି । ବେଗୁସରାଇରେ ହେଉଥିବା ଏହି ସମାବେଶରେ ଯୋଗଦେଇ କହ୍ନେୟା କୁମାରଙ୍କ ସହ ୩ କିଲୋମିଟର ପଦଯାତ୍ରା କରିବେ ରାହୁଲ । ଏବଂ ପରେ ସାଧାରଣ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିବାର କାର୍ଯ୍ୟକ୍ରମ ରହିଛି ।
#WATCH | Bihar | Lok Sabha LoP and Congress MP Rahul Gandhi joins NSUI National incharge Kanhaiya Kumar's 'Palayan Roko Naukri Do' rally in Begusarai. pic.twitter.com/1KaPjpEVDZ
— ANI (@ANI) April 7, 2025
ତେବେ କହ୍ନେୟା କୁମାରଙ୍କ ଏହି ପଦଯାତ୍ରା ରାହୁଲ ଗାନ୍ଧୀ ସାମିଲ ହେଉଥିବାରୁ ଉତ୍ସାହିତ ଅଛନ୍ତି ସ୍ଥାନୀୟ ନେତା ଓ ଲୋକେ । ରାହୁଲଙ୍କ ସହ ସମୟ ବିତାଇବାକୁ ସମସ୍ତେ ପ୍ରସ୍ତୁତ ଥିବାବେଳେ କଂଗ୍ରେସ ପାଇଁ ଏହି ଗସ୍ତ ଫାଇଦା ଦେଇପାରେ । କାରଣ ଗତ ୪ ମାସରେ ୩ ଥର ବିହାର ଗସ୍ତ କରିସାରିଲେଣି ରାହୁଲ ।
#WATCH | Lok Sabha LoP and Congress MP Rahul Gandhi arrives in Bihar's Patna
— ANI (@ANI) April 7, 2025
He will join NSUI National incharge Kanhaiya Kumar's 'Palayan Roko Naukri Do' Yatra in Begusarai and later address a public meeting in Patna today pic.twitter.com/XYDd1KVKgq
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/07/bfrv5bdx0fqzMRaGJa32.jpg)