ସମ୍ବିଧାନକୁ କବଜା କରୁଛନ୍ତି ବିଜେପି, ଆରଏସଏସ : ରାହୁଲ ଗାନ୍ଧି

ଓ୍ବେନାର୍ଡ : ଆମ ଦେଶର ସମ୍ବିଧାନକୁ ବିଜେପି ଓ ଆରଏସଏସ କବଜା କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ।

କେରଳର ଓ୍ବେନାର୍ଡଠାରେ ସେ କହିଛନ୍ତି ଯେ  ବିଜେପି ଓ ଆରଏସଏସ ଆମ ଦେଶର ସମ୍ବିଧାନକୁ କବଜା କରୁଛନ୍ତି । ଲୋକମାନଙ୍କ ସ୍ବରକୁ ଦବାଇ ଦିଆଯାଉଛି । କିନ୍ତୁ ତାହାକୁ ନେଇ ଆମେ ଭୟଭୀତ ନୋହୁଁ ଓ ଦେଶର ସାମାଜିକ ଢାଞ୍ଚାକୁ ନଷ୍ଟ ହେବାକୁ ଦିଆଯିବ ନାହିଁ ।

ସେମାନେ ଯେଉଁ ହିଂସା କରୁଛି, ଆମେ ସେଥିରେ ବିଶ୍ବାସ କରୁନାହୁଁ । ସେମାନେ ମଧ୍ୟ ଦେଶର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ପକ୍ଷରୁ ତାଙ୍କୁ ଯେଉଁ ଜେରା କରାଯାଉଛି ତାହାକୁ ସେ ଏକ ସମ୍ମାନଜନକ ପଦକ ଭାବେ ନେଉଛନ୍ତି । ତାଙ୍କୁ ଯେତେବେଳେ ଇଡି ୫ ଦିନ ପାଇଁ ଜେରା କରିଥିଲା, ସେତେବେଳେ ସେ ଭାବୁଥିଲେ ଯେ ତାଙ୍କୁ କାହିଁକି ୧୦ ଦିନ ପାଇଁ ଜେରା କରାଗଲାନାହିଁ ?

ସିବିଆଇ ଓ ଇଡି କେରଳ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରୁନାହିଁ, କାରଣ ସିପିଆଇ ଓ ବିଜେପି ମଧ୍ୟରେ ଗୋପନ ବୁଝାମଣା ରହିଛି ବୋଲି ରାହୁଲ କହିଛନ୍ତି ।

 

ସମ୍ବନ୍ଧିତ ଖବର