ନିଜ ନୂଆ ନିର୍ବାଚନ ମଣ୍ଡଳୀ ୱେନାର୍ଡରେ ପହଞ୍ଚିଲେ ରାହୁଲ ଗାନ୍ଧି

କୋଚି : ରାହୁଲ ଗାନ୍ଧି ଆଜି ନିଜର ନିର୍ବାଚନ ମଣ୍ଡଳୀ ୱେନାର୍ଡ ରେ ପହଞ୍ଚିଛନ୍ତି । ଏଠାରେ ସେ ୩ ଦିନ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାଙ୍କ ସମ୍ମାନ ପାଇଁ ଏଠାରେ ପ୍ରାୟ ୧୫ଟି ସମ୍ବର୍ଦ୍ଧନା ସଭା କରାଯାଇଛି । ରାହୁଲଙ୍କ ଏହି ନିର୍ବାଚନ ମଣ୍ଡଳୀଟି ୩ଟି ଜିଲ୍ଲା  ୱେନାର୍ଡ, ମାଲାପୁରମ, ଖୋଜିକୋଡ ଜିଲ୍ଲାକୁ ବ୍ୟାପିଛି । ଆଜି ସେ ଖୋଜିକୋଡରେ ଥିବା ଏୟାରପୋର୍ଟରେ ଓହ୍ଲାଇଥିଲେ । ସେ ନିଲାମ୍ବୁର ଓ ଏରନାର୍ଡରେ ଆୟୋଜିତ ରୋଡ ଶୋରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ରାହୁଲ ମାଲାପୁରମର ଚୋକଡ ଛକଠାରେ ଥିବା ଏକ ଚା ଦୋକାନରେ ଚା ପିଉଥିବାର ଭିଡିଓ ଭାଇରାଲ ହୋଇଛି ।

 

ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ରାହୁଲ ୨ଟି ନିର୍ବାଚନ ମଣ୍ଡଳୀ ଆମେଥି ଓ  ୱେନାର୍ଡରେ ଲଢିଥିଲେ । ଆମେଥିରେ ସେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଥିଲେ ମଧ୍ୟ ୱେନାର୍ଡରେ ରେକର୍ଡ ୪.୩୧ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ ।

ସମ୍ବନ୍ଧିତ ଖବର