‘ମୋର ମୋଦିଙ୍କୁ ଗୋଟିଏ ପ୍ରଶ୍ନ, ମାସୁଦ ଆଝାରକୁ ଭାରତୀୟ ଜେଲ୍‌ରୁ ପାକିସ୍ତାନ ପଠାଇଲା କିଏ?’: ରାହୁଲ 

ନୂଆଦିଲ୍ଲୀ: ବାଲାକୋଟ ଆକ୍ରମଣ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେପରି ବିରୋଧୀମାନଙ୍କୁ ଉଚିତ  ଜବାବ ଦେଇଛନ୍ତି ସେହିପରି ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ମୋଦିଙ୍କୁ ଆକ୍ଷେପ କରି ଏକ ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧୀ ଶନିବାର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି  କି ‘କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଭାରତୀୟ ଜେଲ୍‌ରୁ ପାକିସ୍ତାନକୁ ପଠାଇଲା କିଏ?’ କର୍ଣ୍ଣାଟକର ହାବେରିଠାରେ ହେଉଥିବା ଏକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ଏପରି କହିଥିବା ଶୁଣିବାକୁ ମିଳିଛି।

ଏଏନ୍‌ଆଇ ପ୍ରକାଶ କରିଥିବା ରିପୋର୍ଟ ମୁତାବକ ରାହୁଳ ଗାନ୍ଧୀ କହିଛନ୍ତି କି ‘କିଛି ଦିନ ତଳେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଗଲେ। ମୋର ମୋଦିକୁ ବାସ୍‌ ଗୋଟିଏ ପ୍ରଶ୍ନ। ମାସୁଦ ଆଝାରଙ୍କୁ ଭାରତୀୟ ଜେଲ୍‌ରୁ ପାକିସ୍ତାନକୁ ପଠାଇଲା କିଏ?’

ଉଲ୍ଳେ୍‌ଖଯୋଗ୍ୟ, ଗତ ୨୬ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌କୁ କଂଗ୍ରେସ ଏକ ବିଫଳ ଉଦ୍ୟମ ବୋଲି ନାମ ଦେଇଥିବା ବେଳେ ଏହି ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନୀମାନେ କାନ୍ଦିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ମୋଦି।

ସମ୍ବନ୍ଧିତ ଖବର