ବିଳମ୍ବରେ ବାଲେଶ୍ୱର ଆସିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ତାଙ୍କର ଓଡ଼ିଶା ଗସ୍ତ ବିଳମ୍ବିତ ହେବ ବୋଲି ଏନେଇ ରାହୁଲ ଗାନ୍ଧି ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାର ରାହୁଲ ଆସିବାର କାର୍ଯ୍ୟକ୍ରମ ଅଛି।

ଆଜି ଅପରାହ୍ନ ୨ଟା ସମୟରେ ରାହୁଲ ବାଲେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଥିଲା। ରେମୁଣାରେ କଂଗ୍ରେସ ପକ୍ଷରୁ ପରିବର୍ତନ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଥିବା ସମୟରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ପ୍ରଚାରକୁ ଜୋରଦାର କରୁଛନ୍ତି । ତେଣୁ ଆଜି କଂଗ୍ରେସ ଅଧ୍ୟକ୍ଷ ଓଡିଶା ଗସ୍ତରେ ଆସୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସଭାରେ ରାହୁଲଙ୍କ ସମେତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟି.ଏସ୍.ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତା ଓ ଅନ୍ୟ ଆସନମାନଙ୍କରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀମାନେ ଯୋଗଦେବେ ବୋଲି ସୂଚନା ରହିଛି ।

ସମ୍ବନ୍ଧିତ ଖବର