ଲକ୍ଷ୍ନୌ ବିମାନବନ୍ଦର ବାହାରକୁ ଯିବା ପାଇଁ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଅନୁମତି, କଲେ ଏଭଳି ଟୁଇଟ

ଲକ୍ଷ୍ନୌ: ଗତ ରବିବାର ଦିନ ଲଖିମ୍‌ପୁର ଖେରିର ଯେଉଁ ସ୍ଥାନରେ କାର୍‌ ଚଢ଼ିବା ସହ ହିଂସାକାଣ୍ଡ ଘଟି ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ସେଠାକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ତିନିଜଣଙ୍କୁ ଆଜି ଅପରାହ୍ଣରେ ଉତ୍ତରପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିଲା। ହେଲେ ଏବେ ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକାଇଦିଆଯାଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଟୁଇଟ କରିଥିବା ଭିଡିଓରେ ଦେଖାଯାଇଛି ଯେ, ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ନୌ ବିମାନବନ୍ଦର ବାହାରକୁ ଯିବାକୁ ଦିଆଯାଉନାହିିଁ। ଲଖିମ୍‌ପୁର ଖେରିକୁ ଯିବା ପାଇଁ ଅନୁମତି ମିଳିଥିଲେ ବି ତାଙ୍କୁ ବାଟରେ ଅଟକାଯିବା ପରେ ଏବେ କଂଗ୍ରେସ ଦଳ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ବିମାନବନ୍ଦରରେ ବସିଥିବାର ଏକ ଫଟୋ ଟୁଇଟ କରିଛନ୍ତି, ଯେଉଁଥିରେ ତାଙ୍କୁ ସୁରକ୍ଷାକର୍ମୀ ଘେରି ରହିଥିବା ଦେଖାଯାଇଛି। ଫଟୋ କ୍ୟାପସନରେ ଲେଖାଯାଇଛି ଯେ, ଏହା ହେଉଛି ବିଜେପି ସରକାରଙ୍କ ‘ଅନୁମତି’। ଏତେ ଡର କଣ ପାଇଁ?

ସମ୍ବନ୍ଧିତ ଖବର