ନୂଅାଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍ ଡିଲ୍ ଏବଂ ବର୍ତ୍ତମାନ ସିବିଆଇରେ ଚାଲିଥିବା ଦ୍ୱନ୍ଦ ପ୍ରତିଦ୍ୱନ୍ଦକୁ ନେଇ ଏକ ପ୍ରେସ୍ କନଫେରେନ୍ସ ଡକାଇଥିଲେ । ସିବିଆଇର ଦୁଇ ପ୍ରମୁଖ ଅଧିକାରୀଙ୍କୁ ଛୁଟିରେ ପଠାଇ ଦିଆଯିବା ପରେ କଂଗ୍ରେସ ପାର୍ଟି ଲଗାତାର ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । କଂଗ୍ରେସର ଆରୋପ ଅନୁସାରେ କେନ୍ଦ୍ର ସରକାର ରାଫେଲ୍ ଡିଲ୍ ଯାଞ୍ଚ୍ର ଡର କାରଣରୁ ସିବିଆଇ ଡାଇରେକ୍ଟର ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେଲେ ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ହେଉଥିବା ପ୍ରେସ୍ କନଫେରେନ୍ସରେ ସାମ୍ବାଦିକଙ୍କୁ ଓଲଟା ପ୍ରଶ୍ନ କରି କହିଥିଲେ ଯେ କ’ଣ ଆପଣଙ୍କୁ ଲାଗୁଛି ରାଫେଲ୍ ମାମଲାରେ କିଛି ଭୁଲ୍ ହୋଇଛି । ସିବିଆଇ ମୁଖ୍ୟଙ୍କୁ ହଟାଇବା କାମ ତିନିଜଣ ଲୋକ ଏକ କମିଟି ଉପରେ ନିର୍ଭର କରେ । ଯେଉଁଥିରେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ମୁଖ୍ୟ ଜଷ୍ଟିସ୍ ଏବଂ ବିରୋଧି ମୁଖ୍ୟ ନେତା ସାମିଲ ହୋଇଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ଅନ୍ୟ କମିଟିଙ୍କ ଅନୁମତି ନନେଇ ସିବିଆଇ ମୁଖ୍ୟଙ୍କୁ ଚାକିରୀରୁ ହଟାଇଦେଲେ । ଏହା ଜନତାଙ୍କ ଅପମାନ,ସମ୍ବିଧାନର ଅପମାନ,ମୁଖ୍ୟ ନ୍ୟାୟାଧିଷଙ୍କ ଅପମାନ ଏବଂ ବେଆଇନ୍ ଅଟେ ।
ରାହୁଲ ଗାନ୍ଧୀଙ୍କ କହିବା ମୁତାବକ ରାତି ୨ଟା ସମୟରେ ସିବିଆଇ ଉପରେ ହୋଇଥିବା ଏହି ଯାଞ୍ଚ୍ ପଛରେ କାରଣ ହେଉଛି ସିବିଆଇ ପ୍ରଧାନମନ୍ତ୍ରୀଙ୍କ ଉପରେ ରାଫେଲ୍ ମାମଲାରେ ଜାଞ୍ଚ୍ କରିଥାନ୍ତେ । ଜାଞ୍ଚ୍ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଅସଲ ଚେହେରା ସାମ୍ନାକୁ ଚାଲିଆସିଥାନ୍ତା ଏବଂ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାରର ଖେଳ ବୁଝା ପଡିଯାଇଥାନ୍ତା । ସେଥିପାଇଁ ଏଭଳି ଏକ କାମ କରି ପ୍ରଧାନମନ୍ତ୍ରୀ ମହାନ୍ ପାଲଟିଗଲେ ଏବଂ ତାଙ୍କ ଚୋରୀ ବାହାରକୁ ଆସିଲା ନାହିଁ । ରାହୁଲ ଗାନ୍ଧୀ ମୋଦିଙ୍କୁ ଚୋର ସମ୍ବୋଧନ କରି କହିଲେ ଯେ ରାଫେଲ୍ ମାମଲାକୁ ସିବିଆଇ ହାତରେ ଦେବା ଅର୍ଥ ଆତ୍ମହତ୍ୟା କରିବା ହୋଇଥାନ୍ତା,ଯେଉଁଥିପାଇଁ ସେ ସିବିଆଇର ହିଁ ହତ୍ୟା କରିଦେଲେ ।