ନୂଆଦିଲ୍ଳୀ: ୱାୟାନାଡ଼ର ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଭଉଣୀଙ୍କ ସଂସଦରେ ପ୍ରବେଶ ନେଇ ବେଶ୍ ଖୁସି ଅଛନ୍ତି ରାହୁଲ୍।
ପ୍ରଥମ ଥର ନିର୍ବାଚନ ଲଢିଲେ ଆଉ ଜିତିଲେ ମଧ୍ୟ । ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଲୋକସଭା ଉପନିର୍ବାଚନରେ ଏକ ବଡ ସଫଳତା ପାଇଛନ୍ତି । ସେ ୪ ଲକ୍ଷରୁ ଅଧିକ ଭୋଟରେ ଜିତିଛନ୍ତି । ଭୋଟ୍ କ୍ଷେତ୍ରରେ ନିଜ ଭାଇ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ପ୍ରିୟଙ୍କା । ପ୍ରଥମ ଥରରେ ସେ ଏକ ଐତିହାସିକ ବିଜୟ ଲାଭ କରିଛନ୍ତି ।
ତେବେ ଶପଥ କାର୍ଯ୍ୟକ୍ରମରେ ସଂସଦରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । ନିଜ ପକେଟରୁ ମୋବାଇଲ ବାହାର କରି ନବନିର୍ବାଚିତ ଭଉଣୀର ଫଟୋ ଉଠାଇଥିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ଭଉଣୀର ଖୁସିର ମୂହୁର୍ତ୍ତକୁ ନିଜ ମୋବାଇଲରେ କଏଦ କରିଥିଲେ ଭାଇ। ଭାଇ-ଭଉଣୀଙ୍କର ଏକ ନିଆରା ସମ୍ପର୍କ ବାରି ହୋଇପଡୁଥିଲା ପୁରା ସଂସଦରେ । ଶପଥନେଇ ସାରି ସଂସଦରେ ନିଜ ଭାଇକୁ ମଧ୍ୟ ନମସ୍କାର କରିଛନ୍ତି ପ୍ରିୟଙ୍କା ଓ ହସି ହସି ପ୍ରତି ନମସ୍କାର ଜଣାଇଛନ୍ତି ଭାଇ ରାହୁଲ ।
ଅନ୍ୟପଟେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ପ୍ରିୟଙ୍କା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ଆଶିର୍ବାଦ ଗ୍ରହଣ କରିଛନ୍ତି । ସେଠାରେ ମଧ୍ୟ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/28/85dIT24Vfk9ByteziNdE.jpg)