ରାହୁଲ ଗାନ୍ଧିଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ସପ୍ତାହରେ ଇଟାଲିରୁ ଦିଲ୍ଲୀ ଫେରିବା ପରେ ବିମାନ ବନ୍ଦରର ଟର୍ମିନାଲ ୩ରେ ତାଙ୍କର କରୋନା ଭାଇରସ୍‌ ଟେଷ୍ଟ୍‌ ସଂପନ୍ନ ହୋଇଥିଲା। ରାହୁଲ ଏହି ବାଧ୍ୟତାମୂଳକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହ ଧନ୍ୟବାଦ ଦେଇଥିଲେ। ଇଟାଲି ଏବଂ ଅନ୍ୟ ଭାଇରସ୍‌ ଆକ୍ରାନ୍ତ ଦେଶରୁ ଆସୁଥିବା ବ୍ୟକ୍ତିଙ୍କର ଯାଞ୍ଚ ବିମାନବନ୍ଦରରେ ବାଧ୍ୟତାମୂଳକ କରାଯାଇଛି। ରାହୁଲ ୨୯ ଫେବ୍ରୁଆରି ସନ୍ଧ୍ୟାରେ ମିଲାନରୁ ଏୟାର ଇଣ୍ଡିଆ ବିମାନ ଧରିଥିଲେ ଏବଂ ସକାଳେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାର୍‌ପୋର୍ଟରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ଅନ୍ୟ ସମସ୍ତ ଯାତ୍ରୀଙ୍କ ସହିତ ତାଙ୍କର ମଧ୍ୟ କରୋନା ଭାଇରସ୍‌ ଟେଷ୍ଟ୍‌ ହୋଇଥିଲା।

ତେଣେ ବିଶ୍ବବ୍ୟାପୀ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି ଏବଂ ଭାଇରସ୍‌ ୯୩ ଦେଶକୁ ବ୍ୟାପିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ସୂତ୍ରରୁ ଜଣାପଡ଼ିଛି। ସମୁଦାୟ ୧୦୦,୧୬୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସୁଦ୍ଧା ୩,୪୦୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। କେବଳ ଚୀନ୍‌ରେ ମୃତ୍ୟୁସଂଖ୍ୟା ୩,୦୪୨। ଆଜି ଡବ୍ଲ୍ୟୁଏଚ୍ଓ ପୁଣିଥରେ କରୋନା ବ୍ୟାପିବା ନେଇ ଚେତାବନୀ ଦେବାସହ ଯୁଦ୍ଧକାଳୀନ ସ୍ଥିତିରେ ସବୁ ଦେଶ ଏହାର ମୁକାବିଲା କରିବାକୁ ଆହ୍ବାନ ଦେଇଛି।

ସମ୍ବନ୍ଧିତ ଖବର