ଆମେଥିରୁ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ

ଲ‌କ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆମେଥି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ରାହୁଲଙ୍କ ସହ ଆଜି ରବର୍ଟ ଭଦ୍ରାଙ୍କ ପୂରା ପରିବାର ଉପସ୍ଥିତ ଥିଲେ। ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଭିଣୋଇ ରବର୍ଟଙ୍କ ସହ ଭଣଜା , ଭାଣିଜୀ ମଧ୍ୟ ତାଙ୍କ ସହ ଥିଲେ। ଆମେଥି ‌ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାହୁଲ ଆଜି ପ୍ରାୟ ୫ କିମି ପର୍ଯ୍ୟନ୍ତ ଏକ ରୋଡ୍‌ସୋ କରିଥିଲେ। ପରିବାର ସଦସ୍ୟଙ୍କ ସହ ଏକ ଟ୍ରକ୍‌ ଉପରେ ଠିଆ ହୋଇ ରାହୁଲ ରୋଡ୍‌ ସୋ କରିଥିଲେ। ୧୦.୩୦ ସମୟରେ ସେ ମୁସିଗଞ୍ଜ ଗେଷ୍ଟ୍‌ ହାଉସ୍‌ରେ ପହଞ୍ଚିବାପରେ ସେଠାରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏହାପରେ ସେ ଆମେଥିର ଜିଲ୍ଲା ମୁଖ୍ୟାଳୟ ଗୌରିଗଞ୍ଜରେ ପହଞ୍ଚି ସେଠାରୁ ୫ କିମି ପର୍ଯ୍ୟନ୍ତ ରୋଡ୍‌ସୋ କରିଥିଲେ।

ସମ୍ବନ୍ଧିତ ଖବର