ମୋଦୀ ବିରୋଧୀ ଚେହେରା ହେବାରେ ବିଫଳ ହୋଇଛନ୍ତି ରାହୁଲ ଗାନ୍ଧୀ, ମମତା ବାନାର୍ଜୀଙ୍କୁ ଚାହୁଁଛନ୍ତି ଦେଶବାସୀ: ଟିଏମସି

କୋଲକାତା: ଟିଏମସି ପକ୍ଷରୁ ଆସିଛି ବଡ଼ ବୟାନ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟକ୍କର ଦେଇପାରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀଙ୍କୁ ଛାଡ଼ିଦେଲେ ଆଉ କେହି ମୋଦୀଙ୍କୁ ଟକ୍କରର ଦେଇପାରିବେ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ବିରୋଧୀ ଚେହେରା ହେବାରେ ବିଫଳ ହେବା ପରେ ଏବେ ଦେଶବାସୀ ଦିଦିିଙ୍କୁ ପସନ୍ଦ କରୁଥିବା କହିଛି ଟିଏମସି। ଦଳୀୟ ମୁଖପତ୍ର ‘ଜାଗୋ ବାଙ୍ଗଲା’ର ଏକ କଭର୍ ଷ୍ଟୋରିରେ ଟିଏମସି ଏଭଳି କହିଛି।

ସେଥିରେ ଲେଖାଯାଇଛି ଯେ, କଂଗ୍ରେସ ବିନା ବିଜେପି ପାଇଁ ଏକ ବିକଳ୍ପ ଶକ୍ତି ହେବା ସମ୍ଭବ ନୁହେଁ। କିନ୍ତୁ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବିରୋଧୀ ଚେହେରା ହେବାରେ ବିଫଳ ହୋଇଛନ୍ତି। ତେଣୁ ମମତା ବାନାର୍ଜୀ ହେଉଛନ୍ତି ସେହି ଚେହେରା | ଆମେ ଆମର ନେତ୍ରୀଙ୍କୁ ସାରା ଦେଶରେ ବିକଳ୍ପ ଚେହେରା ଭାବରେ ସାମ୍ନାକୁ ଆଣିବୁ।

Mamata Banerjee govt denies permission to Rahul Gandhi's chopper from  landing in Bengal - APN Live
APN News

ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ଦେଶ ପାଇଁ ଆଜି ଏକ ବିକଳ୍ପ ଚେହେରା ଦରକାର। ମୁଁ ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ଦିନରୁ ଜାଣିଛି, କିନ୍ତୁ ମୁଁ ନିଶ୍ଚୟ କହିବି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ଚେହେରା ଭାବରେ ଉଭା ହେବାରେ ବିଫଳ ହୋଇଛନ୍ତି। କିନ୍ତୁ ମମତା ବାନାର୍ଜୀ ମୋଦୀଙ୍କ ବିକଳ୍ପ ଚେହେରା ଭାବରେ ଉଭା ହେବାରେ ସଫଳ ହୋଇଛନ୍ତି। ତେଣୁ ସମଗ୍ର ଦେଶ ବର୍ତ୍ତମାନ ମମତା ବାନାର୍ଜୀଙ୍କୁ ଚାହୁଁଛନ୍ତି। ଅନ୍ୟ ସମସ୍ତ ବିରୋଧୀ ଦଳଙ୍କ ସହିତ ପରାମର୍ଶ ପରେ ଆମେ ତାଙ୍କୁ ବିକଳ୍ପ ଭାବରେ ସାମ୍ନାକୁ ଆଣିବୁ।

 

ସମ୍ବନ୍ଧିତ ଖବର