କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଳ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ନିମନ୍ତେ ସୋମବାର ଦିନ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଛନ୍ତି ରାହୁଳ ଗାନ୍ଧୀ। ଜାତୀୟ ରାଜଧାନୀସ୍ଥିତ ଦଳର ମୁଖ୍ୟାଳୟରେ ଶ୍ରୀ ଗାନ୍ଧୀ ଆଜି ପୂର୍ବାହ୍ନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ରାଜ୍ୟ ୟୁନିଟ୍ର ମୁଖ୍ୟ, ବରିଷ୍ଠ ନେତା ଏବଂ ପ୍ରଦେଶ କଂଗ୍ରେସ କମିଟିର ପ୍ରତିନିଧିମାନେ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ରିଟର୍ଣ୍ଣିଙ୍ଗ୍ ଅଫିସର୍ଙ୍କ ନିକଟରେ ଦାଖଲ କରାଯିବାକୁ ଥିବା କେତେ ଗୁଡ଼ିଏ ପ୍ରାର୍ଥୀପତ୍ର ସେଟ୍ରେ ଦସ୍ତଖତ କରିଥିଲେ ରାହୁଳ।
ତାଙ୍କର ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଦଳର ମାନ୍ୟଗଣ୍ୟ ନେତା ମନମୋହନ ସିଂହ, ସୁଶୀଳ କୁମାର ସିନ୍ଧେ, ଆନନ୍ଦ ଶର୍ମା, ଶିଲା ଦୀକ୍ଷିତ, ଅହମଦ ପଟେଲ, ମୋହସିନା କିଡ୍ଓ୍ଵାଇ, ଅମରିନ୍ଦର ସିଂହ, ସିଦ୍ଧରମୟା ଏବଂ ଅନ୍ୟମାନେ ୨୪, ଅକବର ରୋଡ୍ରେ ଉପସ୍ଥିତ ଥିଲେ। କିନ୍ତୁ, ମାଆ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତ ନ ଥିଲେ। ଦଳର ମୁଖ୍ୟାଳୟକୁ ଯିବା ପୂର୍ବରୁ ରାହୁଳ ୧୦ ଜନପଥ ରୋଡ୍ସ୍ଥିତ ସୋନିଆଙ୍କ ବାସଭବନକୁ ଯାଇଥିଲେ।
ରାହୁଳଙ୍କୁ ଦଳର ଅଧ୍ୟକ୍ଷ କରିବାକୁ ନଭେମ୍ବର ୨୦ ତାରିଖ ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ରିଜୋଲ୍ୟୁସନ୍ ପାସ୍ କରିଥିଲା। ବୈଠକରେ ସୋନିଆ ଗାନ୍ଧୀ, ରାହୁଳ, ମନମୋହନ ସିଂହଙ୍କ ସହ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖାଡ୍ଗେ ଏବଂ ଅହମଦ୍ ପଟେଲ୍ ଉପସ୍ଥିତ ଥିଲେ। ସୋନିଆଙ୍କ ବାସଭବନରେ ବୈଠକ ଆହୂତ ହୋଇଥିଲା।
ପି ଚିଦାମ୍ବରମ୍, ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ରାହୁଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
As Mr Rahul Gandhi files his nomination, I wish him the very best as Congress President. #IndiaWithRahulGandhi
— P. Chidambaram (@PChidambaram_IN) December 4, 2017
Have no doubt that we will make tremendous strides under your unifying & progressive leadership @OfficeOfRG! Wish you the very best! Look forward to undertaking this journey of building an India of energy, opportunity & unity with you. #IndiawithRahulGandhi
— Jyotiraditya Scindia (@JM_Scindia) December 4, 2017
As Congress VP Rahul Gandhi files his nomination for the post of Congress President, senior leaders of the INC family send their best wishes and express why he is the perfect leader. #IndiaWithRahulGandhi @capt_amarinder pic.twitter.com/X2JCzc1ejT
— Congress (@INCIndia) December 4, 2017
Leader of Opposition, Rajya Sabha @AzadGhulamNabi sends his wishes to Congress VP Rahul Gandhi and highlights why he is the perfect fit for Congress President. #IndiaWithRahulGandhi pic.twitter.com/NxynbmKEBZ
— Congress (@INCIndia) December 4, 2017
ଜାନୁଆରି ୨୦୧୩ରେ ରାହୁଳ କଂଗ୍ରେସର ଉପାଧ୍ୟକ୍ଷ ହୋଇଥିଲେ। ଦୁଇ ବର୍ଷ ତଳୁ ଦଳୀୟ ମାହୋଲ୍ରେ ତାଙ୍କ ପଦୋନ୍ନତି ପ୍ରସଙ୍ଗରେ ବହୁ କଥା ଆଲୋଚିତ ହୋଇ ଆସୁଛି।
୨୦୧୭ ଶେଷ ସୁଦ୍ଧା ଅଭ୍ୟନ୍ତରିଣ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିସନ ଶେଷ ଥର ଲାଗି ସମୟ ବଢ଼ାଇ ଥିଲା।