ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ପ୍ରଫେସର ଅମର୍ତ୍ତ୍ୟ ସେନ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମୟ ସହିତ ପରିପକ୍ୱ ହୋଇ ସାରିଛନ୍ତି।
କିନ୍ତୁ ତାଙ୍କର ଗୋଟିଏ ପରୀକ୍ଷା ବାକି ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାରରେ ବିରୋଧୀ ଦଳର ନେତୃତ୍ୱ କିପରି ନେବେ ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ତାଙ୍କର ପ୍ରକୃତ ପରୀକ୍ଷା ହେବ।

Advertisment

୯୦ ବର୍ଷ ବୟସ୍କ ସେନ୍ କହିଛନ୍ତି ଯେ ରାହୁଲଙ୍କ ଭାରତ ଯୋଡୋ ଯାତ୍ର' ତାଙ୍କୁ କେବଳ ଜାତୀୟ ନେତା ଭାବରେ ପ୍ରତିଷ୍ଠିତ କରିନାହିଁ ବରଂ ଦେଶର ରାଜନୈତିକ ଦୃଶ୍ୟକୁ ମଧ୍ୟ ସମୃଦ୍ଧ କରିଛି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜର ଛାତ୍ର ଥିବା ସମୟରେ ରାହୁଲ ନିଜ ଜୀବନରେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ଅନିଶ୍ଚିତ ଥିଲେ। ସେତେବେଳେ ରାଜନୀତି ତାଙ୍କୁ ଆକର୍ଷିତ କରି ନ ଥିଲା।

କିନ୍ତୁ ବର୍ତ୍ତମାନ ରାହୁଲ ଜଣେ ପରିପରିକ୍ୱ ବ୍ୟକ୍ତି। ସେ ଟ୍ରିନିଟି କଲେଜର ଛାତ୍ର ଥିବାରୁ ମୁଁତାଙ୍କୁ ଭଲ ଭାବେ ଜାଣିଛି। ଯେଉଁ କଲେଜରେ ମୁଁ ପଢ଼ିଥିଲି ଏବଂ ପରେ ସେଠାରେ ଅଧ୍ୟାପନା କରୁଥିଲି ରାହୁଲ ସେତେବେଳେ ମୋତେ ଭେଟିବାକୁ ଆସିଥିଲେ ଏବଂ ସେ ସେହି ସମୟରେ ଜଣେ ଏପରି ବ୍ୟକ୍ତି ଥିଲେ ସେ କ’ଣ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିଲା।

ଲାଗୁଥିଲା ଯେ ସେ ସେତେବେଳେ ରାଜନୀତିକୁ ପସନ୍ଦ କରୁ ନ ଥିଲେ। ହୁଏତ ରାଜନୀତିରେ ସେ କିଛି ଅସୁବିସୁଧାର\ ସମ୍ମୁଖୀନ ହୋଇଥିଲେ, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କଠାରେ ଅନେକ ପରିବରିର୍ତ୍ତନ ଆସିଛି ଏବଂ ତାଙ୍କର ବର୍ତ୍ତମାନର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି।

ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ମୁଁ ଭାବୁଛି ପ୍ରଥମେ ତାଙ୍କ ପଥ ଖୋଜିବାରେ କିଛି ଅସୁବି ହୋଇଥିଲା। କିନ୍ତୁ ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ଅତ୍ୟନ୍ତ ଅସାଧାରଣ ଏବଂ ମୁଁଏହାକୁ ବହୁତ ପ୍ରଶଂସା କରୁଛି। ଅବଶ୍ୟ, ଆପଣ କେବଳ ନିଜ ଯୋଗ୍ୟତା ଉପରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ, ଏହା ମଧ୍ୟ ଆପଣଙ୍କ ଦେଶ ଉପରେ ନିର୍ଭର କରେ।
ସେ ରାହୁଲ ଗାନ୍ଧୀଙ୍କୁ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖୁଛନ୍ତି କି ବୋଲି ପ୍ରଶ୍ନ ପଚରାଯିବାରୁ ସେନ କହିଛନ୍ତି ଯେ ଏଭଳି ସମ୍ଭାବନାକୁ ପୂର୍ବାନୁମାନ କରିବା କଷ୍ଟକର।

ମୁଁ ଏହାର ଉତ୍ତର ଦେବି ନାହିଁ। ଲୋକମାନେ କିପରି ପ୍ରଧାନମନ୍ତ୍ରୀ ହୁଅନ୍ତି ତାହା ବୁଝିବା ବହୁତ କଷ୍ଟକର । ସେନ୍ ହସିହସି କହିଥିଲେ ଯେତେବେଳେ ମୁଁ ଦିଲ୍ଲୀର ଛାତ୍ର ଥିଲି, ଯଦି କେହି ମୋତେ ପଚାରିଥାନ୍ତେ ଯେ ମୋର ସହପାଠୀମାନଙ୍କ ମଧ୍ୟରୁ କିଏ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା କମ୍, ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ନାମ ନେଇଥାନ୍ତି କାରଣ ତାଙ୍କର ରାଜନୀତିରେ ଆଗ୍ରହ ନ ଥିଲା, କିନ୍ତୁ ତା’ପରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ମୁଁଭାବୁଛି ସେ ଜଣେ ଭଲ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ, ଏହି ପ୍ରଶ୍ନର ପୂର୍ବାନୁମାନ କରିବା କଷ୍ଟକର।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପଦକ୍ଷେପ ବିଷୟରେ ସେନ୍ କହିଛନ୍ତି, ରାହୁଲ ଭଲ କାମ କରିଛନ୍ତି। ମୁଁଭାବୁଛି ଏହି ଯାତ୍ରା ଭାରତ ଏବଂ ତାଙ୍କ ପାଇଁ ଭଲ ଥିଲା। ମୁଁଭାବୁଛି ସେ ନିଜକୁ ପ୍ରକାଶ କରିବାର କ୍ଷମତାରେ ଯଥେଷ୍ଟ ଉନ୍ନତି କରିଛନ୍ତି। ବିଶେଷ କରି ସେ ରାଜନୀତିରେ ନିଜର ମତକୁ ପୂର୍ବ ଅପେକ୍ଷା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଯେତେବେଳେ ରାହୁଲ ଟ୍ରିନିଟିକୁ ଆସିଥିଲେ, ସେ ବୋଧହୁଏ ବିକାଶ ବିଶେଷଜ୍ଞ ହେବାକୁ ଚେଷ୍ଟା କରୁଥିଲେ ଏବଂ ସେ କଣ ଅଧ୍ୟୟନ କରିବା ଉଚିତ୍ ସେ ବିଷୟରେ ଆମେ ଆଲୋଚନା କରିଥିଲୁ। ସେ ସେତେବେଳେ ବହୁତ ବକ୍ତବ୍ୟ ରଖିଥିଲେ ମଧ୍ୟ ରାଜନୀତି ବିଷୟରେ ସେ ବତ୍ତର୍ମାନ ପରି ନ ଥିଲେ। କିନ୍ତୁ ବର୍ତ୍ତମାନ ସେ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟ ଭାବରେ କହୁଛନ୍ତି।