ରାହୁଲ ଗାନ୍ଧି ଏବେ ‘ପପୁ’ ନୁହନ୍ତି ‘ଗପୁ’ ହୋଇଯାଇଛି ବୋଲି କଟାକ୍ଷ କଲେ ବିଜେପି ନେତା

କୋଲକାତା: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କାନ୍‌ଫରେନ୍ସର ପ୍ରମୁଖ ଫାରୁଖ୍‌ ଅବଦ୍ଦୁଲା ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଉ ‘ପୁପୁ’ ହୋଇ ରହିଲେ ନାହିଁ ବୋଲି କହିଥିଲେ। ଏହି ବୟାନର ପ୍ରତିକ୍ରିୟା ଦେବାକୁ ଯାଇ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଅବ୍ଦାସ ନକବି, ରାହୁଲ ଗାନ୍ଧି ଏବେ ‘ପପ୍ପୁ’ରୁ ‘ଗପ୍ପୁ’ ବନିଯାଇଛନ୍ତି ବୋଲି କହିଛନ୍ତି।

କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଅବ୍ଦାସ ନକବି କହିଛନ୍ତି, ଫାରୁଖ୍‌ ଅବଦ୍ଦୁଲା ଠିକ୍‌ କହିଛନ୍ତି, କି ରାହୁଲ ଏବେ ‘ପପ୍ପୁ’ ହୋଇ ଆଉ ରହିଲେ ନାହିଁ। ଏବେ ସେ ‘ପପ୍ପୁ’ରୁ ‘ଗପ୍ପୁ’ ବନି ଯାଇଛନ୍ତି। କାରଣ ତାଙ୍କ ‘ପପ୍ପୁ’ରୁ ‘ଗପ୍ପୁ’ର ସଂଘର୍ଷ ମିଥ୍ୟା ହିଁ ରହିଛି।

ସୂଚନାଯୋଗ୍ୟ, ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ତିନିଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସତ୍ତାରେ ରହିଥିଲା। ଏହାପରେ କେତେକ ଲୋକ ରାହୁଲଙ୍କୁ ପ୍ରଶଂସା କରିବା ସହିତ, ସେ ନିଜର କ୍ଷମତା ପ୍ରମାଣ କରି ଦେଇଛନ୍ତି ବୋଲି କହିଛନ୍ତି। ରାହୁଲଙ୍କ ସମର୍ଥନ ରାହୁଲ ଆଉ ପପ୍ପୁ ହୋଇ ରହିଲେ ନାହିଁ ବୋଲି କହୁଥିବା ବେଳେ ସମାଲୋଚକମାନେ ରାହୁଲ ‘ପପ୍ପୁ’ରୁ ‘ଗପ୍ପ’ୁ ବନି ଯାଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର