ଆମେଥି : ମୋଦି କାହାରି କଥା ଶୁଣନ୍ତି ନାହିଁ, ଯାହା ମନକୁ ଆସେ ତାହା ଦେଶ ଉପରେ ଲାଗୁ କରି ଦେଇଥାଆନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆମେଥି ଗସ୍ତ କାଳରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ବିଜେପି ସରକାରଙ୍କୁ ଆକ୍ଷେପ କରି ଏହା କହିଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସର ନିତି ଜନଭାଗିଦାରୀରେ ରହିଛି। କଂଗ୍ରେସ କୌଣସି ଯୋଜନାର ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଜନତାଙ୍କ ରାୟ ନେଇଥାଏ, କିନ୍ତୁ ବର୍ତ୍ତମାନ ସରକାର ଏଭଳି କରୁ ନାହାନ୍ତି। ଦେଶ ପାଇଁ ଜରୁରୀ ଥାଉ ଅବା ନଥାଉ,ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋଇକି ଉଠନ୍ତି ଆଉ ଏକ ନୂତନ କାର୍ଯ୍ୟଭାର ଦେଶର ଜନତା ଉପରେ ଲାଗୁ କରି ଦେଇ ଦେଇଥାଆନ୍ତି।
ଜିଏସ୍ଟି ଥିଲା କଂଗ୍ରେସର କାର୍ଯ୍ୟକ୍ରମ
ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଉପରେ କରିବାକୁ ଯାଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ମନ୍ତବ୍ୟ ଦେଇଛନ୍ତି, ଜିଏସ୍ଟି କଂଗ୍ରେସର କାର୍ଯ୍ୟକ୍ରମ ଥିଲା। ଏହାକୁ ଲାଗୁ କରିବା ପୂର୍ବରୁ କଂଗ୍ରେସ ଦେଶର ବ୍ୟବସାୟୀଙ୍କ ଠାରୁ ମତ ନିଆଯାଇଥିଲା। ଲୋକମାନେ କହୁଛନ୍ତି, ବିଭିନ୍ନ ପ୍ରକାର ଟିକସ ଶେଷ କରି ଗୋଟିଏ ଟିକସ ଲାଗୁ କରାଯାଉ, ଯାହାର ସୀମା ୧୮ପ୍ରତିଶତ ରହୁ। କଂଗ୍ରେସ ଏହି ଯୋଜନା ଉପରେ କାମ କରୁଛି।
ଆଉ ଏପଟେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏକି ବିନା କୌଣସି ବିଚାର କରି ଦେଶର ବ୍ୟବସାୟ ଉପରେ ସିଧାସଳଖ ଜିଏସ୍ଟି ଲାଗୁ କରିଦେଲେ। ଯେଉଁଥିରେ ଚାରିପ୍ରକାର ଟିକସ ରହିଛି, ଯାହାକି ୨୮ପ୍ରତିଶତ ପର୍ଯ୍ୟନ୍ତ ରହିଛି। କେବଳ ଏତିକି ନୁହେଁ, କେନ୍ଦ୍ରର ଟିକସ ଓ ରାଜ୍ୟର ଟିକସ ଭିନ୍ନଭିନ୍ନ ରହିଛି ବୋଲି ରାହୁଲ ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି। ଜିଏସ୍ଟି ଜଟିଳତା ପାଇଁ ଛୋଟ ବ୍ୟବସାୟୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ୟବସାୟୀଙ୍କ କାରବାର ବନ୍ଦ ହେବା ଫଳରେ ବହୁ ଲୋକ ବେରୋଜଗାରି ହୋଇଯିବେ। ଆମର ପ୍ରଧାନମନ୍ତ୍ରୀ ଆଧୁନିକ ଭାରତ, ବିକଶିତ ଭାରତର ପ୍ରଚାର କରିବାରେ ଥକନ୍ତି ନାହିଁ ବୋଲି କହିଛନ୍ତି ରାହୁଲ।
ଆସନ୍ତାକାଲି ରାହୁଲଙ୍କ କାର୍ଯ୍ୟକ୍ରମ
ତିନିଦିବସୀୟ ଗସ୍ତରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଅପରାହ୍ନରେ ସଂସଦୀୟ କ୍ଷେତ୍ର ଆମେଥିକୁ ଯାଇଛନ୍ତିି। ଗୁରୁବାର ସକାଳେ ଅତିଥି ଗୃହରେ ସାଧାରଣ ଜନତାଙ୍କୁ ଭେଟିବେ। ଏହାପରେ ତିଲୋଇ ମୋହନଙ୍ଗଜ ପାକରଙ୍ଗବସ୍ଥିତ କଲେଜକୁ ଓ ସଲୋନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/rahul-gandhi_650x400_71507118233.jpg)
/sambad/media/post_attachments/wp-content/uploads/2017/10/rahul_1507125407_618x347-300x168.jpeg)