ଗାନ୍ଧୀନଗର: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କ ୩ ଦିନିଆ ଗୁଜରାଟ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ନିର୍ବାଚନ ହେବାକୁ ଥିବା ବେଳେ ରାହୁଲ ଏବେ ମାରାଥନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ରାହୁଲ ଆଜି ପ୍ରଥମେ ଦ୍ୱାରକାରେ ପହଞ୍ଚି ଦ୍ୱାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ରାହୁଲଙ୍କ ସହିତ ଦଳର ରାଜ୍ୟ ସଭାପତି ଭରତସିଂହ ସୋଲାଙ୍ଗୀ ଏବଂ ବରିଷ୍ଠ ନେତା ଅଶୋକ ଗେହଲଟ ଉପସ୍ଥିତ ଥିଲେ। ଏହାପରେ ଦଳର ଏକ ର୍ୟାଲିରେ ରାହୁଲ ଉଦ୍୍ବୋଧନ ଦେଇ ଏନ୍୍ଡିଏ ସରକାରକୁ କଡ଼ା ସମାଲୋଚନା କରିଥିଲେ। ର୍ୟାଲି ସ୍ଥଳକୁ ରାହୁଲ ଏକ ଶଗଡରେ ଯାଇଥିଲେ। ରାହୁଲଙ୍କ ଶଗଡ଼ ଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ର୍ୟାଲି ପରେ ରାହୁଲ ଗ୍ରାମବାସୀଙ୍କ ସହ ‘ଖଟସଭା’ କରିଥିଲେ। ଆସନ୍ତାକାଲି ରାହୁଲ ରାଜକୋଟ ଅଂଚଳରେ ବିଭିନ୍ନ ଜନସଭାରେ ଯୋଗଦେବେ।
ଗୁଜରାଟରେ ରାହୁଲ, ର୍ୟାଲିସ୍ଥଳକୁ ଶଗଡ଼ରେ ଗଲେ
/sambad/media/post_attachments/wp-content/uploads/2017/09/25rahul1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)