ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅପରାହ୍ନରେ ପ୍ରସିଦ୍ଧ ଶୈବତୀର୍ଥ କେଦାରନାଥରେ ପହଞ୍ଚିଥିଲେ । ରାହୁଲ ଗାନ୍ଧି ସେଠାକୁ ଭିଆଇପି ହେଲିପ୍ୟାଡରେ ନ ପହଞ୍ଚି ଅନ୍ୟ ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହେଲିପ୍ୟାଡରେ ପହଞ୍ଚି ସେଠାରୁ ସେ ପ୍ରାୟ ଅଧ କିଲୋମିଟର ଚାଲି ଚାଲି ମନ୍ଦିରକୁ ଯାଇଥିଲେ। ବାହାରୁ ମନ୍ଦିର ଦର୍ଶନ କରିବା ପରେ ସେ ମନ୍ଦିର ପରିକ୍ରମା କରି ସିଧା ହୋଟେଲକୁ ଯାଇଥିଲେ। ତେବେ ଏହି ସମୟରେ ମନ୍ଦିରରେ ଧାଡ଼ି ଲଗାଇଥିବା ଲୋକମାନେ ମୋଦୀ ମୋଦୀ ଓ ଜୟଶ୍ରୀରାମ ସ୍ଲୋଗାନ ଦେଇଥିଲେ ।
ରାହୁଲ ଅପରାହ୍ଣ ସାଢେ ୧୨ଟା ବେଳେ ଡେରାଡୁନର ଜଲିଗ୍ରାଣ୍ଟ୍ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ଏକ ହେଲିକପ୍ଟରରେ ସେ ଅପରାହ୍ନ ପ୍ରାୟ ୧ଟା ବେଳେ କେଦାରନାଥ ହେଲିପ୍ୟାଡରେ ପହଞ୍ଚିଥିଲେ। କେଦାରନାଥରେ ପହଞ୍ଚିବାପରେ ତାଙ୍କୁ ହେଲିପ୍ୟାଡରେ ତୀର୍ଥ ପୁରୋହିତ ସମାଜ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏଠାରୁ କିଛି ଲୋକଙ୍କ ସହ କଥା ବାର୍ତ୍ତା କରି ସେ ସିଧାସଳଖ ମନ୍ଦିରରେ ପହଞ୍ଚିଥିଲେ। ବାହାରୁ ମନ୍ଦିର ଦର୍ଶନ କରିବା ପରେ ସେ ହୋଟେଲକୁ ଯାଇଥିଲେ। ମନ୍ଦିର କୁ ଯିବା ବାଟରେ ରାହୁଲ ଗାନ୍ଧିଙ୍କୁ ଧାଡ଼ିରେ ଦେଖି ଭକ୍ତମାନେ ‘ମୋଦୀ ମୋଦୀ’ ଓ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ।
କୁହାଯାଉଛି ଯେ, ରାହୁଲ ଗାନ୍ଧି ଆସନ୍ତାକାଲି ମଧ୍ୟ କେଦାରନାଥ ଧାମରେ ରହିବେ ଏବଂ ମଙ୍ଗଳବାର ଫେରିବେ ।