ବିଦେଶରୁ ଫେରିଲେ ରାହୁଲ, ମାନହାନି ମାମଲାରେ ସୁରଟ୍‌ କୋର୍ଟରେ ହାଜର ହେଲେ

ପୂର୍ବ ବୟାନରେ କାଏମ, ୧୦ ଡିସେମ୍ବରରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ ଚରମରେ ଥିବା ବେଳେ ଆଜି ଦଳର ପୂର୍ବ ସଭାପତି ରାହୁଲ ଗାନ୍ଧୀ ବିଦେଶ ଗସ୍ତରୁ ଫେରିଛନ୍ତି। ରାହୁଲ ଆଜି ସୁରଟ୍‌ ସେସନ୍‌ସ କୋର୍ଟରେ ମାନହାନି ମାମଲାରେ ହାଜର ହୋଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ରାହୁଲଙ୍କ ବୟାନ- ‘ଦେଶରେ ସବୁ ଚୋରଙ୍କ ନାମ ମୋଦୀ କାହିଁକି’ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ମୁଁ ଆଦୌ ଭୁଲ୍‌ କହିନାହିଁ ଏବଂ ପୂର୍ବ ବୟାନରେ କାଏମ ରହିଛି। ଏହାପରେ ରାହୁଲଙ୍କ ଓକିଲ ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ମାଗିଥିଲେ ଏବଂ କୋର୍ଟ ୧୦ ଡିସେମ୍ବରରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଥିଲେ। କୋର୍ଟରେ ହାଜର ହେବାର ୪୦ ମିନିଟ୍‌ ପୂର୍ବରୁ ରାହୁଲ ସୁରଟ୍‌ ଏୟାରପୋର୍ଟରେ ପହଞ୍ଚିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ମୋଦୀ ଉପନାମକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଥିବାରୁ ସୁରଟ୍‌ର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର