ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜଣେ ନିର୍ବାଚନୀ ହିନ୍ଦୁ କହିଛି ବିଜେପି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧି ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଅଭିନୟ କରୁଛନ୍ତି ।

Advertisment

ଏକ ଟୁଇଟ କରି ସେ ଲେଖିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲ ଯେତିକି ସଚ୍ଚୋଟ୍ଟ, ରାହୁଲ ଗାନ୍ଧି ସେତିକି ହିନ୍ଦୁ । ଜଣେ ପାର୍ସି ପିତା ଓ ଖ୍ରୀଷ୍ଟିଆନ ମାତାଙ୍କଠାରୁ ଜନ୍ମିତ ବ୍ୟକ୍ତି ନିଜକୁ ହିନ୍ଦୁ ପ୍ରମାଣିତ କରିବାରେ ଲାଗିଛନ୍ତି । କିନ୍ତୁ ମନେରଖନ୍ତୁ ଯେ, ଏହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ଏକ ଚାଲ୍ ।

ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି । ଏହି ଯାତ୍ରା ଏବେ ମଧ୍ୟପ୍ରଦେଶରେ ପ୍ରବେଶ କରିଛି । ଏହି ଅବସରରେ ରାହୁଲ ଗାନ୍ଧି ଉଜ୍ଜୈନ ଯାଇ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ଅବସରରେ ସେ ଧଳା ଧୋତି ପିନ୍ଧିଥିଲେ ଓ କପାଳରେ ଭସ୍ମ ଓ ଚନ୍ଦନ ଲେପନ କରିଥିଲେ । ମନ୍ଦିରର ଗର୍ଭଗୃହ ଆଗରେ ଶିବଲିଙ୍ଗଙ୍କ ସମ୍ମୁଖରେ ସେ ସାଷ୍ଟାଙ୍ଗ ପ୍ରଣିପାଦ କରିଥିବା ଫଟୋ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।

ପୂଜା ପରେ ଆୟୋଜିତ ସାଧାରଣ ସଭାରେ ରାହୁଲ୍‌ କହିଥିଲେ, ଏ ଦେଶ ହେଉଛି ତପସ୍ବୀଙ୍କୁ ପୂଜା କରାଉଥିବା ଦେଶ। ଗତ ୩ ମାସ ହେବ ମୁଁ ତପାଚାର କରିଆସୁଛି, କିନ୍ତୁ ବାସ୍ତବ ତପସ୍ବୀମାନଙ୍କ ନିକଟରେ ତାହା କିଛି ନୁହେଁ । ପ୍ରକୃତ ତପସ୍ବୀ ହେଉଛନ୍ତି କୃଷକ ଓ ଶ୍ରମିକ। ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ତପସ୍ୟା କରନ୍ତି ।