ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭାରତରେ ପହଞ୍ଚିଛନ୍ତି। ‘ଭାରତ ଯୋଡୋ’ ଯାତ୍ରାପରେ ସେ ଲଣ୍ଡନ ଚାଲିଯାଇଥିଲେ। ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତୀୟ ‘ଗଣତନ୍ତ୍ର’ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦଘେରକୁ ଆସିଥିଲେ। କଂଗ୍ରେସ ନେତା ରାହୁଲଙ୍କୁ ଘେରିବା ପାଇଁ ବିଜେପି ସାଂସଦମାନେ ସଂସଦରେ ହାଙ୍ଗାମା କରିଥିଲେ।
‘ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି ଏବଂ ସଂସଦରେ ବିରୋଧୀ ସାଂସଦମାନେ ବିବାଦୀୟ ପ୍ରସଙ୍ଗ ଉଠାଇବା ପରେ ସରକାର ମାଇକ୍ ବନ୍ଦ କରି ଦେଉଛନ୍ତି’ ବୋଲି ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ମନ୍ତବ୍ୟ ଭାରତରେ ହଇଚଇ ସୃଷ୍ଟି କରିଥିଲା।
ରାହୁଲଙ୍କ ଏବକ୍ତବ୍ୟର ଘୋର ବିରୋଧ କରିଥିଲା ବିଜେପି। ଏହାକୁ ନେଇ ସଂସଦରେ ହାଙ୍ଗାମା ହେବାରୁ ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦୁଇ ଦିନରେ ସଂସଦର ଉଭୟ ଗୃହରେ କାର୍ଯ୍ୟ ଚାଲିପାରି ନଥିଲା। ଓ୍ଵାୟନାଡର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ବିଜେପି ତାଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା। ଏବଂ ଏହି ପ୍ରସଙ୍ଗ ସଂସଦରେ ଅଚଳାବସ୍ଥା ସୃଷ୍ଟି କରିଥିଲା।
/sambad/media/post_attachments/wp-content/uploads/2023/03/Rahul1.jpg)
ସଂସଦରେ ସାଂସଦମାନଙ୍କୁ କହିବାକୁ ଦିଆଯାଉ ନାହିଁ ବୋଲି ବ୍ରିଟେନରେ ଅଭିଯୋଗ କରିବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭାରେ ଅନୁପସ୍ଥିତିକୁ ନେଇ ବିଜେପି ନେତାମାନେ ଜୋରଦାର ପ୍ରଶ୍ନ କରିଥିଲେ। ଅଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ସ୍ମାରକପତ୍ର ପ୍ରଦାନ ପାଇଁ ବୁଧବାର ବିରୋଧୀ ଦଳ ନେତାମାନେ ସଂସଦ ଭବନରୁ ଇଡି ମୁଖ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଥିବା ବେଳେ ସେଥିରେ ମଧ୍ୟ ଉପସ୍ଥିତ ନଥିଲେ ରାହୁଲ ଗାନ୍ଧୀ। ବିରୋଧୀ ଦଳମାନେ ଏହି ଘଟଣାର ଇଡି ତଦନ୍ତ ଦାବି କରୁଛନ୍ତି।
ରାହୁଲ ଗାନ୍ଧୀ ଫେବ୍ରୁଆରି ୨୮ ତାରିଖରେ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କର ବ୍ରିଟେନ୍ ଗସ୍ତ କାଳରେ ବ୍ରିଟେନରେ ଭାଷଣ ଦେବା ପରଠାରୁ ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତକୁ ବଦନାମ କରିବା ସହ ବିଦେଶୀ ହସ୍ତକ୍ଷେପ ଲୋଡିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
‘ପ୍ରତ୍ୟେକ ଭାରତୀୟ ନାଗରିକ ଭାରତୀୟ ସଂସଦରେ ରାହୁଲ ଗାନ୍ଧୀ ତାଙ୍କର ଏପ୍ରକାରର ମନ୍ତବ୍ୟ କ୍ଷମା ପ୍ରାର୍ଥନା କରିବାକୁ ଦାବି କରୁଥିବା ବେଳେ ରାହୁଲ ଗାନ୍ଧୀ ସଂସଦକୁ ଆସି ଭାରତ ବିରୋଧରେ ନିଜର ବୟାନ ପାଇଁ କ୍ଷମା ମାଗିବା ପରିବର୍ତ୍ତେ ସଂସଦରେ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ’ ବୋଲି ବିଜେପି କହିଛି।
କିନ୍ତୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ବୁଧବାର କହିଛନ୍ତି ଯେ ରାହୁଲ ଗାନ୍ଧୀ ବ୍ରିଟେନରେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rahul-2.jpg)