ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପକେଟମାର କହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସେ ଏଭଳି ବୟାନ ଦେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ନିର୍ବାଚନ କମିଶନଙ୍କୁ ୮ ସପ୍ତାହ ମଧ୍ୟରେ ଏହି ମାମଲାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ନଭେମ୍ବର ମାସରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜସ୍ଥାନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପକେଟମାର ଏବଂ ପନୌତି ମନ୍ତବ୍ୟ ଦେଇଥିଲେ।

ନଭେମ୍ବର ୨୧ରେ ରାହୁଲ ଗାନ୍ଧି କହିଥିଲେ, “ପ୍ରଧାନମନ୍ତ୍ରୀ ଅର୍ଥ ପନୌତି ମୋଦୀ। ମୋଦୀ ଟିଭିରେ ଆସି ହିନ୍ଦୁ-ମୁସଲମାନ କହିଥାନ୍ତି ତ ବେଳେବେଳେ କ୍ରିକେଟ ମ୍ୟାଚ୍ ଖେଳିବାକୁ ଯାଆନ୍ତି। ତାହା ଅଲଗା କଥା ଯେ ଭାରତ ହାରିଯାଇଥିଲା ।

ମୋଦୀଙ୍କ କାମ ହେଉଛି ଆପଣଙ୍କ ଧ୍ୟାନ ହଟାଇବା । ଦୁଇଜଣ ପକେଟମାର ଅଛନ୍ତି, ଜଣେ ଆସି ଆପଣଙ୍କ ସାମ୍ନାରେ ଆପଣଙ୍କ ସହ କଥାବାର୍ତ୍ତା କରେ, ଆପଣଙ୍କୁ ବିଭ୍ରାନ୍ତ କରେ । ସେତେବେଳକୁ ପଛପଟୁ ଆଉ ଜଣେ ଆସି ଆପଣଙ୍କ ପକେଟମାର କରିନିଏ ।“ ବିଶ୍ୱକପ୍ ଫାଇନାଲରେ ଭାରତର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି । ରାହୁଲଙ୍କ ଏହି ମନ୍ତବ୍ୟ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ଭରତ ନାଗର ନାମକ ଜଣେ ବ୍ୟକ୍ତି ।