ଶ୍ରୀନଗର ଏୟାରପୋର୍ଟରେ ଅଟକ ରହିଲେ ରାହୁଲ ଗାନ୍ଧୀ

ଶ୍ରୀନଗର : ଧାରା ୩୭୦ ଉଠିବା ପରେ ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏକ ବିରୋଧୀ ଦଳ ପ୍ରତିନିଧିମଣ୍ଡଳ ଆଜି କଶ୍ମୀର ଯାଇଛନ୍ତି । କିନ୍ତୁ ଜମ୍ମୁ ଓ କଶ୍ମୀର ପ୍ରଶାସନ ସେମାନଙ୍କୁ ରାଜ୍ୟ ଭ୍ରମଣରେ ଯିବାପାଇଁ ବାରଣ କରିଛି । ଶ୍ରୀନଗର ଏୟାରପୋର୍ଟଠାରେ ସେମାନଙ୍କୁ ଅଟକ ରଖାଯିବା ସହ ଗଣମାଧ୍ୟମ କର୍ମୀମାନଙ୍କୁ ଭେଟିବାକୁ ଦିଆଯାଉନାହିଁ ।ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଧୀରେ ଧାରେ ସ୍ୱାଭାବିକ ଅବସ୍ଥା ଫେରୁଛି । ଏ ପରିସ୍ଥିତିରେ ନେତାମାନେ  ସେଠାକୁ ଯାଇ ପରିସ୍ଥିତି ଖରାପ କରିବା ଉଚିତ ନୁହେଁ ।

କିଛି ଦିନ ପୂର୍ବରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦେଇଥିବା ଚ୍ୟାଲେଞ୍ଜକୁ ସେ ଗ୍ରହଣ କରି ସେଠାକୁ ଯାଇଛନ୍ତି । ଏହି ପ୍ରତିନିଧିମଣ୍ଡଳରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ଓ ଆରଜେଡିର ମନୋଜ ଝାଙ୍କ ସମେତ ମୋଟ ୧୧ ଜଣ ବିରୋଧୀଦଳ ନେତା ସାମିଲ ଅଛନ୍ତି । ଏହି ଅବସରରେ ରାହୁଲ କେତେକ ସ୍ଥାନୀୟ ନେତା ଓ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର