ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଅୱେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିବାରୁ ଅୱେସି ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ହାଇଦ୍ରାବାଦରେ ଏକ ସମାବେଶକୁ ସମ୍ବୋଧିତ କରି ଅୱେସି କହିଛନ୍ତି ଯେ ରାହୁଲଙ୍କ ଜୀବନରେ ଦୁଇଟି ପ୍ରେମ ରହିଛି- ଗୋଟିଏ ଇଟାଲୀ ଏବଂ ଅନ୍ୟ ଜଣକ ହେଉଛନ୍ତି ମୋଦୀ। ‘ରାହୁଲ ଗାନ୍ଧିକେ ଦୋ ପ୍ୟାର୍ (ରାହୁଲ ଗାନ୍ଧୀଙ୍କ ଜୀବନର ଦୁଇଟି ପ୍ରେମ) - ଇଟାଲୀ କାରଣ ତାଙ୍କ ମା’ ସେଠାରୁ ଆସିଛନ୍ତି ଏବଂ ମୋଦୀ କାରଣ ସେ ତାଙ୍କୁ କ୍ଷମତା ଦେଇଛନ୍ତି’ ବୋଲି ଅୱେସି ଜନତାଙ୍କୁ କହିଛନ୍ତି।

Advertisment

ଏଆଇଏମ୍‌ଆଇଏମ୍‌ ସୁପ୍ରିମୋ ଉତ୍ତରପ୍ରଦେଶ ଆମେଥିର ଲୋକମାନେ କାହିଁକି କଂଗ୍ରେସ ସାଂସଦଙ୍କ ‘ବନ୍ଧୁ’ ହେଲେନି ବରଂ ବିଜେପିର ସ୍ମୃତି ଇରାନୀଙ୍କର ହେଲେ ବୋଲି ମଧ୍ୟ ପଚାରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଆମେଥି ନିର୍ବାଚନ ମଣ୍ଡଳୀରେ ଇରାନୀଙ୍କଠାରୁ ରାହୁଲଙ୍କ ପରାଜୟକୁ ନେଇ ଅୱେସି ଏଭଳି କଟାକ୍ଷ କରିଛନ୍ତି। ଅୱେସି କହିଛନ୍ତି ଯେ ରାହୁଲଙ୍କ ପରାଜୟ କଂଗ୍ରେସ ଦଳର ‘ହଥେଲି’ (ହାତ ପାପୁଲି) ନା ଅନ୍ୟ କାହାର ‘ପହେଲି’ (ପହଳି)?

ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଆହୁରି କହିଛନ୍ତି, ‘ମୁଁ ଆପଣଙ୍କୁ ନିବେଦନ କରୁଛି, ରାହୁଲ ଗାନ୍ଧି, ଦୟାକରି ଆଉ ଓଥରା (ଅବିବାହିତ) ରହନ୍ତୁ ନାହିଁ କାରଣ ଆପଣଙ୍କ ବୟସ ଏବେ ୫୦ ବର୍ଷ। ଅୱେସି କହିଛନ୍ତି, ଯେହେତୁ କଂଗ୍ରେସ ସାଂସଦଙ୍କ ଘରେ ସାଥୀ ନାହାନ୍ତି, ତେଣୁ ସେ ସବୁବେଳେ ‘ୟାର୍’ (ବନ୍ଧୁ) ବିଷୟରେ ଚିନ୍ତା କରନ୍ତି ଏବଂ କଥାବାର୍ତ୍ତା କରନ୍ତି।

ରାହୁଲ ଶନିବାର ତେଲେଙ୍ଗାନାରେ ଜନସଭାକୁ ସମ୍ବୋଧିତ କରି କହିଥିଲେ, ମୋଦୀଙ୍କର ଦୁଇ ଜଣ ବନ୍ଧୁ ଅଛନ୍ତି, ଜଣେ ଅୱେସି ଏବଂ ଅନ୍ୟ ଜଣେ କେସିଆର୍ (ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ)। ସେମାନେ ଚାହୁଁଛନ୍ତି ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏବଂ ମୋଦୀ ଚାହୁଛନ୍ତି କେସିଆର୍ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସୂଚନାଯୋଗ୍ୟ, ତେଲେଙ୍ଗାନାରେ ୧୧୯ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ନଭେମ୍ବର ୩୦ରେ ମତଦାନ ହେବାକୁ ଯାଉଛି। ଡିସେମ୍ବର ୩ରେ ଛତିଶଗଡ଼, ମିଜୋରାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।