ନୂଆଦିଲ୍ଲୀ : ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ସାଧାରଣ ଜନତା ସ୍ବର ଉତ୍ତୋଳନ କରିବା ଉଚିତ୍ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଆହ୍ବାନ ଦେଇଛନତି ଏବଂ 'ସ୍ପିକ୍ ଅପ୍ ଫର୍ ଡିମୋକ୍ରାସି' ନାମକ ଏକ ଡିଜିଟାଲ୍ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏକ ଟ୍ବିଟ୍ କରି ରାହୁଲ ଆଜି ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ଏବଂ ଏହାର କ୍ୟାପ୍ସନ୍ ରଖିଛନ୍ତି, ଗଣତନ୍ତ୍ର ପାଇଁ ଏକତ୍ରିତ ହୁଅ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କର। କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ବିଜେପି ଗଣତନ୍ତ୍ରକୁ ଧ୍ବସ୍ତ କରିଛି ଏବଂ ରାଜସ୍ଥାନରେ ଗଣତନ୍ତ୍ରର ହତ୍ୟା କରିଛି। ଆଜି ସମଗ୍ର ଭାରତ କରୋନା ସହ ଲଢ଼ୁଥିବାବେଳେ ବିଜେପି ସମ୍ବିଧାନର କ୍ଷତି ପହଞ୍ଚାଇଛି ଏବଂ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହିଛି ବୋଲି ରାହୁଲ କହିଛନ୍ତି।
‘ଗଣତନ୍ତ୍ର ସୁରକ୍ଷା’ ପାଇଁ ରାହୁଲଙ୍କ ଡିଜିଟାଲ୍ ପ୍ରଚାର ଅଭିଯାନ
/sambad/media/post_attachments/wp-content/uploads/2019/12/Rahul-Gandhi-12-770x433-1-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)