ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତେଲେଙ୍ଗାନାର ଏକ ରାସ୍ତାକଡ଼ ହୋଟେଲ୍ରେ ଦୋସା ତିଆରି କରି ତାଙ୍କ ରୋଷେଇ ଦକ୍ଷତା ଦେଖାଇଛନ୍ତି। ତେଲେଙ୍ଗାନାରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାହୁଲ ଗାନ୍ଧି ରାଜ୍ୟର ଲୋକଙ୍କ ସହ ଯୋଡ଼ି ହେବାପାଇଁ 'ବିଜୟାଭେରୀ ଯାତ୍ରା' କରିଛନ୍ତି। ଏହି ଯାତ୍ରା ଅବସରରେ ରାହୁଲ ଆଜି ଜଗତିଆଲ ଯାଇଥିଲେ। ଜଗତିଆଲର ନୁକପାଲି ବସ ଷ୍ଟପ୍ରେ ରାହୁଲ ଅଟକିଥିଲେ ଏବଂ ଏକ ରାସ୍ତାକଡ଼ ଟିଫିନ ସେଣ୍ଟରରେ ଦୋସା ତିଆରି କରି ତାଙ୍କ ରୋଷେଇ ଦକ୍ଷତା ଦେଖାଇଛନ୍ତି। ରାହୁଲ ରାସ୍ତାକଡ଼ ହୋଟେଲ୍ରେ ଦୋସା ତିଆରି କରୁଥିବା ଭିଡିଓ କଂଗ୍ରେସ ପକ୍ଷରୁ ପୋଷ୍ଟ୍ କରାଯାଇଛି। ରାହୁଲ ମଧ୍ୟ ଦୋସା ତିଆରି କରିବାପରେ ଲୋକଙ୍କୁ ଦୋସା ପରସିଛନ୍ତି।
ରାସ୍ତାକଡ଼ ହୋଟେଲ୍ରେ ଦୋସା ତିଆରି କଲେ ରାହୁଲ ଗାନ୍ଧି
/sambad/media/post_attachments/wp-content/uploads/2023/10/ddagdadggdg.jpg)