କଂଗ୍ରେସର ଏହି ବିଧାୟିକାଙ୍କୁ ବିବାହ କରିବେ ରାହୁଲ ଗାନ୍ଧୀ!

ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ରାଏବରେଲିର କଂଗ୍ରେସ ବିଧାୟିକା ଆଦିତି ସିଂଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ଏହି ଖବର ଏବେ ଧିରେ ଧିରେ ପ୍ରାସାର ହେବାରେ ଲଗିଥିବା ବେଳେ ସୋସିଆଲ ମିଡ଼ିଆରେ ରାହୁଲ ଏବଂ ଆଦିତିଙ୍କ ଫଟୋ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଫଟୋରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଆଦିତିଙ୍କ ପୂରା ପରିବାର ସହ ନଜର ଆସୁଛନ୍ତି । ଏହି ଫଟୋଟି ଭାଇରାଲ ହେବା ପରେ ସୋନିଆ ରାହୁଲଙ୍କ ବିବାହ ପ୍ରସ୍ତାବ ନେଇ ଆଦିତିଙ୍କ ଘରକୁ ଯାଇଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ତେବେ ଏହି ଖବର ପ୍ରସାର ହେବାର ପରେ ଦୁଃଖ ପ୍ରକାଶ କରିଛନ୍ତି ବିଧାୟିକା ଆଦିତି ସିଂ । ‘ରାହୁଲ ହେଉଛନ୍ତି ମୋର ଭାଇ ଭଳି । ମୁଁ ତାଙ୍କ ହାତରେ ରାଖି ବାନ୍ଧେ । ସୋସିଆଲ ମିଡ଼ିଆରେ ଆମ ଦୁଇ ଜଣଙ୍କ ସଂପର୍କକୁ ନେଇ ହେଉଥିବା ଏହି ଚର୍ଚ୍ଚା ବିଷୟରେ ଜାଣି ମୁଁ ଦୁଃଖିତ । ଦୟାକରି ଏଭଳି ମିଛ ଖବର ପ୍ରଚାର କରିବା ବନ୍ଦ କରନ୍ତୁ’, ବୋଲି ସେ ଟ୍ଵିଟ୍‌ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର