ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ନିରାଶଜନକ ପ୍ରଦର୍ଶନ କରି ହାରିବା ପରେ କଂଗ୍ରେସର ସିଡବ୍ଲୁସି ଶନିବାର ବୈଠକ ଆୟୋଜିତ କରିଛନ୍ତି। ପ୍ରକାଶିତ ସୂତ୍ର ମୁତାବକ, ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ବୈଠକରେ ନିଜର ଇସ୍ତଫା ପତ୍ର ଦେବେ। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ, ‘ସିଡବ୍ଲୁସିର ବୈଠକରେ ମୁଖ୍ୟ ଭାବେ ହାରିବାର କାରଣ ନେଇ ବିଚାର କରାଯିବ। ଏହା ବିଷୟରେ ବି ଚର୍ଚ୍ଚା ହୋଇପାରେ କି ପାର୍ଟିକୁ କିଭିଳି ଭାବେ କ୍ଷମତାଶାଳୀ କରାଯିବ।
Manoramaonline
Manoramaonlineଏହି ବୈଠକରେ ରାହୁଲ ଗାନ୍ଧିଙ୍କ ବ୍ୟତୀତ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ମହାସଚିବ ପ୍ରିୟଙ୍କା ଗାନ୍ଧି ଓ କାର୍ଯ୍ୟସମିତିର ଅନ୍ୟ ସଦସ୍ୟ ସାମିଲ ହୋଇପାରନ୍ତି। ୨୦୧୪ରେ ୪୪ଟି ସିଟ୍ରେ ବିଜୟ ଲାଭ କରିଥିବା ପାର୍ଟିକୁ ଚଳିତ ଥର କିଛି ଅଧିକ ଆଶା ଥିଲା। କିନ୍ତୁ ସବୁ ଆଶା ପାଣି ଫଟକା ପରି ମେଳାଇ ଯାଇଥିଲା।
ଅନ୍ୟପଟେ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରମୁଖ ରାଜ ବବ୍ଦର ଲୋକସଭା ନିର୍ବାଚନରେ ପାର୍ଟିର ନିରାଶଜନକ ପଦର୍ଶନରେ ଦେଖି ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନିଜ ଇସ୍ତଫା ପଠାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/1558690914-kk-en.jpg)