ଅଲଓ୍ଵରରେ ଗଣଦୁଷ୍କର୍ମର ପୀଡ଼ିତାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ଏହା ମୋ ପାଇଁ ଏହା ରାଜନୈତିକ ବିଷୟ ନୁହେଁ ବୋଲି କହିଲେ

ଅଲଓ୍ଵର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଅଲଓ୍ଵରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ମହିଳାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ଦେଖା ହେବା ପରେ ଏହି ଘଟଣା ମୋ ପାଇଁ ରାଜନୈତିକ ବିଷୟ ନୁହେଁ, ବରଂ ଏହା ମୋ ପାଇଁ ଭାବନାତ୍ମକ ବିଷୟ । ପୀଡ଼ିତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି କହିଥିଲେ ରାହୁଲ । ଏହି ସମୟରେ ରାହୁଲଙ୍କ ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲୋଟ୍‌ ଏବଂ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ  ଥିଲେ ବୋଲି ଜଣାପଡ଼ିଛି ।

Moneycontrol

ସୂଚନା ମୁତାବକ, ଅପ୍ରେଲ ୨୬ରେ ଏହି ଦଳିତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ । ମଧ୍ୟାହ୍ନ ସମୟରେ ପୀଡ଼ିତା ନିଜ ସ୍ୱାମୀଙ୍କ ସହ ବାଇକ ଯୋଗେ ଯାଉଥିବା ବେଳେ ଅଭିଯୁକ୍ତମାନେ ଗାଡ଼ି ଅଟକାଇବା ସହ ପୀଡ଼ିତାଙ୍କୁ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ୫ଜଣ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ବେଳେ ପୁଲିସ କାହାକୁ ବି ଗିରଫ କରି ପାରି ନାହିଁ । ତେବେ ରାହୁଲ ଗାନ୍ଧୀ ଦେଖା ହୋଇ ନ୍ୟାୟ ଦେବାର ପ୍ରତିଶ୍ରୁତି ଦେବା ପରେ ପୀଡ଼ିତାଙ୍କ ପରିବାର ଆଶ୍ୱସ୍ତ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର