ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରୁ ନିର୍ବାଚନ ହାରିବା ପରେ ଏବେ ରାହୁଲ ଗାନ୍ଧୀ କାହା ସହ ଦେଖା କରୁ ନଥିବା ସୂଚନା ମିଳିଛି । ଏହା ସହ ସେ ନିଜର ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/05/pti5-25-2019-000045b-1558769487-300x200.jpg)
ନିର୍ବାଚନରେ ଦଳର ଶେୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ପାଇଁ ମନସ୍ଥ କରି ନେଇଥିଲେ । ଯାହା ପରେ ଅନେକ ଆଲୋଚନା କରାଯାଇ କଂଗ୍ରେସର କାର୍ଯ୍ୟକାରୀଣି କମିଟି ତାଙ୍କ ଇସ୍ତଫାକୁ ଖାରଜ କରି ଦେଇଥିଲେ । କିନ୍ତୁ ଏବେ ବି ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡ଼ି ବସିଥିବା ବେଳେ ଅନ୍ୟ କାହାକୁ ଅଧ୍ୟକ୍ଷ ପଦ ପାଇଁ ବାଛିବାକୁ କମିଟିକୁ ସମୟ ଦେଇଛନ୍ତି । ତେବେ କିଛି ନବ ନିର୍ବାଚିତ ସାଂସଦ ରାହୁଲଙ୍କ ସହ ଦେଖା କରିବା ପାଇଁ ଫୋନ କରିଥିବା ବେଳେ ରାହୁଲ ଦେଖା କରିବା ପାଇଁ ମନା କରି ଦେଇଥିଲେ । ଯେଉଁଥିରୁ ସେ ନିଜ ହାରିବାକୁ ନେଇ ଅଧିକ ଆହତ ହୋଇଥିବା ସ୍ପଷ୍ଟ ଜଣା ପଡ଼ୁଛି । ତେବେ ସେ ନିଜ ଟୁଇଟର ଆକାଣ୍ଟରୁ କଂଗ୍ରେସ ଅଧ୍ୟକ୍ଷର ଟ୍ୟାଗ୍ ହଟାଇ ନଥିବା ଦେଖା ଯାଇଛି ।