ମୋଦିଙ୍କୁ ଆଲିଙ୍ଗନ କରିବାକୁ ନେଇ ସଫେଇ ଦେଲେ ରାହୁଲ : ‘ପ୍ରଧାନମନ୍ତ୍ରୀ ମୋଦି ବହୁତ ରାଗିଥିଲେ, ତାଙ୍କୁ ଶାନ୍ତ କରିବା ପାଇଁ ମୁଁ ତାଙ୍କୁ ମୋର ଭଲ ପାଇବା ଦେଖାଇଥିଲି’

ନୂଆଦିଲ୍ଲୀ : ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମୋର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଅତୁଟ ଭଲ ପାଇବା ରହିଛି । ଯାହା ପାଇଁ ମୁଁ  ଲୋକସଭାରେ ତାଙ୍କୁ ଆଲିଙ୍ଗନ କରିଥିଲି । ସେ ସମୟରେ ମୋଦିଜୀ ବହୁତ ରାଗି ଯାଇଥିବାରୁ ତାଙ୍କୁ ଶାନ୍ତ କରିବା ପାଇଁ ମୁଁ ତାଙ୍କ ପ୍ରତି ଥିବା ମୋର ଭଲ ପାଇବା ଦେଖାଇଥିଲି ବୋଲି କହିଥିଲେ ରାହୁଲ।

.indiatoday.in

ତାମିଲନାଡୁର ସିଟି କଲେଜକୁ ଯାଇ ରାହୁଲ ଗାନ୍ଧୀ ଏପରି କହିଥିବା ଜଣା ପଡ଼ିଛି । କଲେଜର ଜଣେ ଛାତ୍ର ତାଙ୍କ ଆପଣ କ’ଣ ପାଇଁ ଆଲିଙ୍ଗନ କରିବା ପାଇଁ ମୋଦିଙ୍କୁ ବାଛିଲେ ବୋଲି ପ୍ରଶ୍ନ କରିବା ପରେ ତା’ର ମଜାଦାର ଉତ୍ତର ଦେଇଥିଲେ ରାହୁଲ ଗାନ୍ଧୀ । ପ୍ରଶ୍ନର ଉତ୍ତର ରଖି, ଲୋକସଭାରେ ସେ ମୋ ବାପା ରାଜୀବ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଏବଂ ଆମ ଦଳ ବିରୋଧରେ କହି ରାଗି ଯାଇଥିଲେ । ମୋ ବାପା ଜଣେ ଭଲ ମଣିଷ ନ ଥିଲେ ବୋଲି କହି ସେ ପାଟି କରିବାକୁ ଲାଗିଥିଲେ । ଏହା ଦେଖି ମୁଁ ତାଙ୍କୁ ଶାନ୍ତ କରିବା ପାଇଁ ତାଙ୍କୁ ଯାଇ ଆଲିଙ୍ଗନ କରିଥିଲି । ସେ ଏତେ ରାଗରେ ଥିଲେ କି, ବିଶ୍ୱର ସୁନ୍ଦରତା ମଧ୍ୟ ଦେଖି ପାରୁ ନ ଥିଲେ । ସେଥି ପାଇଁ ମୋ ତରଫରୁ ମୁଁ ତାଙ୍କୁ ମୋ ମନରେ ତାଙ୍କ ପ୍ରତି ଥିବା ଭଲ ପାଇବା ଦେଖାଇବା ପାଇଁ ଭାବିଥିଲି । ମୋ ମନର ତାଙ୍କ ପାଇଁ କୌଣସି ଘୃଣାଭାବ ନାହିଁ । ମୁଁ ତାଙ୍କୁ ମନରୁ ବହୁତ ସମ୍ମାନ କରେ ବୋଲି କହିଥିଲେ ରାହୁଲ ଗାନ୍ଧୀ ।

ସମ୍ବନ୍ଧିତ ଖବର