କଂଗ୍ରେସ ସଭାପତି ପଦ ପାଇଁ ରାହୁଲ ହିଁ ଯୋଗ୍ୟ: ଅଜୟ ମାକେନ୍‌

ନୂଆଦିଲ୍ଲୀ : କଂଗ୍ରେସର ସଭାପତି ପଦ ପାଇଁ ରାହୁଲ ଗାନ୍ଧି ହିଁ ଯୋଗ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍‌ କହିଛନ୍ତି। ମାକେନ କହିଛନ୍ତି, ରାହୁଲ ଗାନ୍ଧିଙ୍କୁ ଦଳର ସଭାପତି କରିବା ପାଇଁ ଏହା ହେଉଛି ପ୍ରକୃତ ସମୟ। ଏଣୁ ତୁରନ୍ତ ରାହୁଲଙ୍କୁ ସଭାପତି କରିବାକୁ ସେ କହିଛନ୍ତି। ରାହୁଲଙ୍କୁ ବାଦ୍‌ ଦେଲେ କଂଗ୍ରେସରେ ଏମିତି କେହି ନାହାନ୍ତି ଯେ କି ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇପାରିବେ ବୋଲି ମାକେନ୍‌ କହିଛନ୍ତି। ରାହୁଲ ହିଁ ନିୟମିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରିପାରୁଛନ୍ତି। ମୋଦୀଙ୍କ ବିରୋଧରେ ରାହୁଲ ହିଁ ଏକମାତ୍ର ଚେହେରା ବୋଲି ମାକେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର