ନୂଆଦିଲ୍ଲୀ: ଫ୍ରାନ୍ସର ଦାସଲ୍ଟ ଏଭିଏସନ୍ସ ଠାରୁ ୩୬ଟି ରାଫେଲ୍ ଲଢୁଆ ବିମାନ ୫୯, ୦୦୦ କୋଟି ଟଙ୍କା ବିନିମୟରେ କ୍ରୟ ବାବଦରେ ଏନ୍ଡିଏ ସରକାରଙ୍କୁ ସୁପ୍ରିମ୍ କୋର୍ଟ ଦେଇଥିବା କ୍ଲିନ୍ ଚିଟ୍ର ପୁନଃ ସମୀକ୍ଷା ପାଇଁ ଆଗତ ମାମଲାକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ କରିଛନ୍ତି।
ଅଦାଲତ ଆଜି ତାଙ୍କ ରାୟ ଘୋଷଣା କରିବା ପରେ ବିଜେପି ନେତା ତଥା କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବେ ଏମାମଲାରେ କଂଗ୍ରେସ ନେତା ରହୁଲ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବୀ କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକାଧିକ ମିଛ କହି ଉଭୟ ସଂସଦ ଓ ଦେଶବାସୀଙ୍କ ସହ ପ୍ରତାରଣା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଚୋର’ ବୋଲି ସୁଦ୍ଧା ଆକ୍ଷେପ କରିବାକୁ କୁଣ୍ଠିତ ହୋଇ ନଥିଲେ। ତେଣୁ, ସୁପ୍ରିମ୍ କୋର୍ଟଙ୍କ ରାୟ ପରେ ଏବେ ସତ୍ୟର ବିଜୟ ଘଟିଥିବାରୁ ରାହୁଲ ଗାନ୍ଧୀ ନିଜ ନୈତିକତା ଆଧାରରେ ଦେଶବାସୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବୀ କରିଛନ୍ତି।
Rahul Gandhi had also said that former French President Mr. Francois Hollande had called PM Modi a thief. Mr. Hollande clarified and said this is a lie out in public.
The decisions of offsets are taken by Dassault, and not by the President: Shri @rsprasad #RahulRaFAIL
— BJP (@BJP4India) November 14, 2019
ସେହିପରି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି କହିଥିବା ବେଳେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କ ସ୍ବଚ୍ଛତାକୁ ପ୍ରମାଣିତ କରିଛି।