ବୃଦ୍ଧାଙ୍କ ସହିତ ରାହୁଲଙ୍କ ଏହି ଫଟୋରେ ଦେଖାଯାଉଥିବା ରହସ୍ୟମୟ ଆଙ୍ଗୁଳିର ସତ୍ୟତା ପଛର ରହସ୍ୟ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ସୋମବାର ଅନେକ ଖବର କାଗଜରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଫଟୋ ପ୍ରକାଶ ପାଇଛି, ଯେଉଁଥିରେ ରାହୁଲ ଜଣେ ବୃଦ୍ଧା ମହିଳାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି। ଏହା କଂଗ୍ରେସ ପାର୍ଟି ତରଫରୁ ପ୍ରକାଶିତ ବିଜ୍ଞାପନରେ ଦିଆଯାଇଛି। ଏଥିରେ ରାହୁଲ ଗାନ୍ଧି  ‘ନ୍ୟାୟ’ ଯୋଜନାର ପ୍ରଚାର କରୁଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏହି ଫଟୋରେ ଦେଖାଯାଉଥିବା ଏକ ରହସ୍ୟମୟ ଆଙ୍ଗୁଳିକୁ ନେଇ ପ୍ରଶ୍ନ ଉଠିଛି। ଲୋକମାନେ ରାହୁଲଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ଏହି ଫଟୋରେ ଦେଖିବାକୁ ମିଳୁଥିବା ରହସ୍ୟମୟ ଆଙ୍ଗୁଳିର ସତ୍ୟତା?

aajtak

ଦିଲ୍ଲୀ ବିଜେପିର ଜଣେ ପ୍ରବକ୍ତା ତେଜିନ୍ଦର ପାଲ ସିଂହ ବଗ୍ଗା ବି ରାହୁଲ ଗାନ୍ଧିଙ୍କ ଏହି ଫଟୋରେ ଦେଖିବାକୁ ମିଳୁଥିବା ରହସ୍ୟମୟ ଆଙ୍ଗୁଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବଗ୍ଗା ଲେଖିଛନ୍ତି, ଏହି ତୃତୀୟ ହାତ କାହାର @RahulGandhi ଜି। ମୁଁ କାଲି କହିଥିଲି , ଭଲ ପିଆର ଏଜେନ୍ସି ହାୟର କରି ନିଅନ୍ତୁ। ତେଜିନ୍ଦର ପାଲ ସିଂହ ବଗ୍ଗାଙ୍କ ଟୁଇଟରରେ ୫ଲକ୍ଷ ଫୋଲେୟର୍ସ ଅଛନ୍ତି।

aajtak

ତେବେ କେତେକ ଲୋକ ରାହୁଲଙ୍କ ଏହି ଫଟୋକୁ ଏଡିଟେଡ୍‌ ବୋଲି କହୁଛନ୍ତି। ତେବେ ସତ୍ୟତା ନଜାଣି ସୋସିଆଲ ମିଡିଆରେ ଟ୍ରୋଲ କରିବାର ଏହା ଏକମାତ୍ର ମାମଲା ନୁହେଁ। ରାହୁଲ ଗାନ୍ଧି ସହିତ ଜଡ଼ିତ ଥିବା ଟୁଇଟରରେ ଏମିତି ଅନେକ ମାମଲାକୁ ନେଇ ସୋସିଆଲ ମିଡିଆ ବ୍ୟବହାର କରି ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି।

aajtak

ଗୁଗଲ ଇମେଜ ସର୍ଚ୍ଚରୁ ଜଣାପଡ଼ିଛି କି ଏହି ଫଟୋର ଅସଲି ଫଟୋ କଂଗ୍ରେସର ଟୁଇଟର ଆକାଉଂଟରେ ରହିଛି । ପୂର୍ବରୁ କଂଗ୍ରେସ ପକ୍ଷରୁ ଏହି ଫଟୋକୁ ସେୟାର କରାଯାଇଥିଲା । ଏଥରୁ ସ୍ପଷ୍ଟ ହୋଇଯାଇଛି ଫଟୋ ଏଡିଟେଡ଼୍‌ କିମ୍ବା ଫଟୋସପରେ ତିଆରି ହୋଇନିାହିଁ । ୨୦୧୫, ଡିସେମ୍ବର ୯ରେ ଏହି ଫଟୋ କଂଗ୍ରେସ ପେଜରେ ଅପଲୋଡ଼୍‌ ହୋଇଥିଲା। ପୁଡ଼ୁଚେରୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ସେତେବେଳ ରାହୁଲ ଗାନ୍ଧିଙ୍କ ଏହି ଫଟୋ ନିଆଯାଇଥିଲା ।

aajtak
ସମ୍ବନ୍ଧିତ ଖବର