ନୂଆଦିଲ୍ଲୀ: ଅର୍ନ୍ତଦ୍ବନ୍ଦ୍ବ ଓ ଦଳୀୟ କନ୍ଦଳ ପାଇଁ ଭୁଶୁଡିବା ଅବସ୍ଥାରେ ପହଞ୍ଚିଲାଣି ଭାରତର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ। ଦଳର ତୁଙ୍ଗ ନେତାମାନେ ଧିରେ ଧିରେ ଦଳ ଛାଡ଼ୁଥିବା ବେଳେ କଂଗ୍ରେସର ଭବିଷ୍ୟତ କ’ଣ, ତାହା ଜଳ ଜଳ ହୋଇ ଦେଖାଗଲାଣି। ହେଲେ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ବି ବିଦେଶ ଯାତ୍ରା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କର ଏହି ବିଦେଶ ଯାତ୍ରା ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦଳର ଅବସ୍ଥା କ’ଣ ରାହୁଲ ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Advertisment

ନିକଟରେ କଂଗ୍ରେସ ଦଳ ଉଦୟପୁରରେ ଏକ ଚିନ୍ତନ ଶିବିରର ଆୟୋଜନ କରିଥିଲା। କିନ୍ତୁ ଏହି ଶିବିର ପରେ ମଧ୍ୟ ଲାଗୁଛି ଯେ ରାହୁଲ ଦଳକୁ ଦୃଢ଼ କରିବାର ସମସ୍ତ ଚିନ୍ତା ଛାଡି ଦେଇଛନ୍ତି। ରାହୁଲ ଏବେ ଲଣ୍ଡନ ଯିବା ପରେ ବିରୋଧୀ ଏବେ ଏହି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ,  ରାହୁଲ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ 'ଆଇଡିଆ ଫର ଇଣ୍ଡିଆ' ଉପରେ ନିଜର ମତାମତ ଦେବାକୁ ଯାଇଛନ୍ତି।

publive-image zeenews

କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖ୍ୟ ତଥା ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ଯେ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ 'ଆଇଡିଆ ଫର ଇଣ୍ଡିଆ' ଉପରେ ନିଜର ମତାମତ ଦେବାକୁ ଯାଇଛନ୍ତି ରାହୁଲ ଗାନ୍ଧୀ। ଏହା ସହ ସେ ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ସେ ଗୁରୁବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କଂଗ୍ରେସ ନେତା ସଲମାନ ଖୁରସିଦ ଏବଂ ପ୍ରିୟଙ୍କା ଖଡଗେ ମଧ୍ୟ ଲଣ୍ଡନରେ ପହଞ୍ଚିଛନ୍ତି।