ନୂଆଦିଲ୍ଲୀ : ବହୁ ବାଦବିବାଦ ପରେ ରାହୁଲ ଗାନ୍ଧି ଆଜି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ ଦଳର ଭବିଷ୍ୟତ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯିବା ଜରୁରୀ । ରାହୁଲ ଇସ୍ତଫା ଦେବା ପରେ ଦଳର ପୁରୁଖା ନେତା ୯୦ ବର୍ଷୀୟ ମୋତିଲାଲ ଭୋରାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

Advertisment

publive-image

ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଇସ୍ତଫାକୁ କଂଗ୍ରେସ ଦଳ ପକ୍ଷରୁ ଗ୍ରହଣ କରାଯାଉନଥିଲା । ଦଳର ବିଭିନ୍ନ ବରିଷ୍ଠ ନେତା ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଇସ୍ତଫା ଦାବିରେ ଅଟଳ ରହିଥିଲେ । ଟ୍ଵିଟରରେ ଏକ ପତ୍ର ଲେଖି ସେ କହିଛନ୍ତି ଯେ କଂଗ୍ରେସ ଦଳର ସେବା କରିବା ତାଙ୍କ ପାଇଁ ଏକ ଗର୍ବର ବିଷୟ କାରଣ ଏହି ଦଳର ମୂଲ୍ୟବୋଧ ଓ ଆଦର୍ଶ ଆମ ଦେଶର ଆତ୍ମାଭାବେ କାମ କରିଛି । ନିର୍ବାଚନ ବିଫଳତା ସମ୍ପର୍କରେ ସେ କହିଛନ୍ତି ଯେ ଏହି ପରାଜୟ ପାଇଁ କଠୋର ନିଷ୍ପତ୍ତି ନିଆଯିବା ଉଚିତ ଓ ପରାଜୟର ଦାୟିତ୍ୱ ନ୍ୟସ୍ତ ହେବା ଉଚିତ । ଦଳର ଅଧ୍ୟକ୍ଷଭାବେ ଅନ୍ୟକୁ ଦୋଷ ଦେଇ ନିଜେ ଖସିଯିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି ।