ମୁଜାଫରପୁର : କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ବିହାରର ମୁଜାଫରପୁରରେ ଆୟୋଜିତ 'ଭୋଟର ଅଧିକାର ଯାତ୍ରା' ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମୋଦୀ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ବନ୍ଦ କରିଦେଇଥିଲେ ଏବଂ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହୋଇଥିଲା।

Advertisment

ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି କହିଛନ୍ତି, "ଟ୍ରମ୍ଫ ଯାହା କହିଥିଲେ ତାହା ହେଉଛି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲୁଥିଲା, ମୁଁ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି କହିଥିଲି ଯେ ସେ ଯାହା କରୁଛନ୍ତି ତାହା ୨୪ ଘଣ୍ଟା ମଧ୍ୟରେ ବନ୍ଦ କରନ୍ତୁ। ନରେନ୍ଦ୍ର ମୋଦୀ ୨୪ ଘଣ୍ଟାରେ ନୁହେଁ, ବରଂ ୫ ଘଣ୍ଟାରେ ସବୁକିଛି ବନ୍ଦ କରିଦେଇଥିଲେ।"

 ଡୋନାଲ୍ଡ ଟ୍ରମ୍ପ୍ ଦୁଇଦିନ ତଳେ ପୁଣିଥରେ କହିଥିଲେ ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷରେ ହସ୍ତକ୍ଷେପ କରିଥିଲେ ଏବଂ ପରମାଣୁ ଯୁଦ୍ଧ ରୋକିବାରେ ଭୂମିକା ଗ୍ରହଣ କରିଥିଲେ। ଟ୍ରମ୍ପ୍ କହିଥିଲେ ଯେ ସେ ବାଣିଜ୍ୟ ଏବଂ ଶୁଳ୍କ ଧମକ ଦେଇ ମୋଦୀଙ୍କୁ ଅସ୍ତ୍ରବିରତି ଗ୍ରହଣ କରିବାକୁ କହିଥିଲେ। ତେବେ ରାହୁଲ ଗାନ୍ଧିଙ୍କ ଦାବିର ବିପରୀତ ଟ୍ରମ୍ପ ପାକିସ୍ତାନକୁ ଶୁଳକ ବସାଇବା ଚେତାବନୀ ଦେଇ ଯୁଦ୍ଧ ବନ୍ଦ କରିବାକୁ ଧମକାଇଥିଲେ ଓ ତାଙ୍କ କଥା ମାନି ପାକିସ୍ତାନ ୫ ଘଣ୍ଟାରେ ଯୁଦ୍ଧ ବନ୍ଦ କରିଦେଇଥିଲା । 

କଣ କହିଥିଲେ ଟ୍ରମ୍ପ ?