ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ସ୍ଥିତି ଗମ୍ଭୀର ହୋଇ ପଡ଼ିଲାଣି। ଏହା ଦ୍ବାରା ଭାରତର ଅର୍ଥନୀତି ପ୍ରଭାବିତ ହେବା ସାଙ୍ଗକୁ ସାଧାରଣ ଲୋକେ ଅସୁବିଧାରେ ପଡ଼ିଲେଣି। ମାତ୍ର, ସରକାର ଏ ନେଇ ଚିନ୍ତିତ ନାହାନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ବିଟ୍ କରିବା ପରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏହାର ଜବାବ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାହୁଲଙ୍କ ଭଳି ନେତାଙ୍କ ମୁହଁରେ ଏଭଳି ଭିତ୍ତିହୀନ ଅଭିଯୋଗ ଶୋଭା ପାଉନି । ଭାରତ ସରକାର କରୋନା ଭାଇରସ ମୁକାବିଲା ନେଇ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ତେବେ ରାହୁଲ ଏହି ଟ୍ବିଟ୍ କରିବା ଅବସରରେ ଏକ ବିଶ୍ବ ମାନଚିତ୍ର ପୋଷ୍ଟ କରିଥିଲେ। ଏଥିରେ ଭାରତର ମାନଚିତ୍ର ଭୁଲ ଦର୍ଶାଯାଇଥିବାରୁ ଏହାକୁ ନେଇ ରାହୁଲ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ପରେ ସେ ଏହି ମ୍ୟାପ୍କୁ ତାଙ୍କ ପୋଷ୍ଟରୁ ହଟାଇ ନୂତନ ମ୍ୟାପ ପୋଷ୍ଟିଂ କରିଥିଲେ। ସୂଚନାଯୋଗ୍ୟ, ରାହୁଲ ଟ୍ବିଟ୍ କରିଥିବା ଏହି ମ୍ୟାପ୍ରେ ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନର ବୋଲି ଦର୍ଶାଯାଇଥିଲା।
ଭାରତରେ କରୋନା ସ୍ଥିତି ଗମ୍ଭୀର ହେଲାଣି: ରାହୁଲ
ରାହୁଲ ମୁହଁରେ ଏହା ଶୋଭା ପାଏନି: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2019/10/Rahul_Gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)