ମୁଁ ନିର୍ଦ୍ଦୋଷ ବୋଲି କୋର୍ଟରେ କହିଲେ ରାହୁଳ ଗାନ୍ଧୀ

ମୁମ୍ବାଇ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ମଙ୍ଗଳବାର ଦିନ ମହାରାଷ୍ଟର ଭିଓ୍ଵାଣ୍ଡି କୋର୍ଟରେ ନିଜକୁ ନିର୍ଦ୍ଦେଷ ବୋଲି କହିଛନ୍ତି। ୨୦୧୪ ମସିହାରେ ରାହୁଳ ଗାନ୍ଧୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମହାତ୍ମା ଗାନ୍ଧିଙ୍କ ହତ୍ୟା ସହିତ ସମ୍ପୃକ୍ତ ବୋଲି କହିବା ନେଇ ଆରଏସଏସ ପକ୍ଷରୁ ହୋଇଥିିବା ମାନହାନୀ ମୋକଦ୍ଦମାରେ ଆଜି କୋର୍ଟରେ ହାଜର ହୋଇ ରାହୁଳ ଗାନ୍ଧୀ ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ରାହୁଳ ଗାନ୍ଧୀ ଭିଓ୍ଵାଣ୍ଡିଠାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମହାତ୍ମା ଗାନ୍ଧିଙ୍କ ହତ୍ୟା ସହିତ ସମ୍ପୃକ୍ତ ବୋଲି କହିଥିଲେ। ଏହି ମନ୍ତବ୍ୟକୁ ବିରୋଧ କରି ଆରଏସଏସ ଭିଓ୍ଵାଣ୍ଡି କୋଟରେ ରାହୁଳଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରାଯାଇଥିଲା। ଏହି ମାମଲାରେ ଜୁନ ୧୨ ତାରିଖରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କୋର୍ଟେ ରାହୁଳ ଗାନ୍ଧୀଙ୍କୁ ନୋଟିସ ଜାରି କରିଥିଲେ।
ଏହି ମାମଲାରେ ରାହୁଳ ଗାନ୍ଧୀ ସର୍ବୋଚ୍ଚ ଅଦାଳତରେ ପିଟିସନ ଦେଇ ମାମଲାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ।ତେବେ ୨୦୧୬ ମସିହା ଜୁଲାଇ ମାସରେ ସର୍ବୋଚ୍ଚ ଅଦାଲତ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ରାହୁଳ ଗାନ୍ଧୀ ଏକ ସଙ୍ଗଠନକୁ ଏପରି ନିନ୍ଦା କରି ପାରିବେ ନାହିଁ। ଯଦି ରାହୁଳ ଗାନ୍ଧୀ ତାଙ୍କ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ ନ କରନ୍ତି ତେବେ ତାଙ୍କୁ କୋର୍ଟରେ ଟ୍ରାୟଲର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ପରାମର୍ଶକୁ ଗ୍ରହଣ ନ କରି ରାହୁଲ ଗାନ୍ଧୀ ଅଦାଲତରେ ତାଙ୍କ ବିରୋଧରେ ଆସିଥିବା ମାନହାନୀ ମୋକଦ୍ଦମା ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ।
ଏହି କ୍ରମରେ ଆଜି ରାହୁଳ ସକାଳ ୮ଟାରେ ମୁମ୍ବାଇରେ ପହଞ୍ଚିବା ପରେ ଭିଓ୍ଵାଣ୍ଡି କୋର୍ଟରେ ପହଞ୍ଚିଥଲେ। ତାଙ୍କ ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ କଂଗ୍ରେସ ନେତା ଅଶୋକ ଗେହୋଲଟ୍‌ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। । ସେଠାରେ ଜଜ୍‌ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପଢ଼ି ଶୁଣାଇବା ସହିତ ତାଙ୍କ ବକ୍ତବ୍ୟ ଆରଏସଏସର କ୍ଷତି ପହଞ୍ଚାଇଛିି ବୋଲି ତାଙ୍କ ବିରୋଧରେ ଚାର୍ଜ ନିଦ୍‌ଧାରଣ କରିଥିଲେ। ସଙ୍ଗଠନକୁ ଅପମାନ ଓ ବଦନାମ ନେଇ ଶ୍ରୀ ଗାନ୍ଧୀଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହେବା ପରେ ରାହୁଳ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

ସମ୍ବନ୍ଧିତ ଖବର