ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟଦାନ ଏପ୍ରିଲ ୨୬ରେ ହେବ। ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଶେଷ ହୋଇସାରିଛି। ଦ୍ବିତୀୟ ପର୍ଯ୍ୟାୟରେ କେରଳରେ ୨୦ଟି ଲୋକସଭା ଆସନରେ ଭୋଟିଂ ହେବ।
ଏହି ଭୋଟର ୫ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନୂଆଦିଲ୍ଲୀରୁ ତିରୁଅନନ୍ତପୁରମ ଯାଉଥିବା କେରଳ ଏକ୍ସପ୍ରେସ ଟ୍ରେନର ଏକ ଭିଡିଓ ଏକ୍ସରେ ସେୟାର କରି ମୋଦୀ ସରକାରଙ୍କୁ ଆକ୍ଷେପ କରିଛନ୍ତି। ଏହି ଭିଡିଓରେ ଟ୍ରେନର ଏସି କୋଚର ଶୌଚାଳୟରେ ଯାତ୍ରୀମାନେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳୁଛି।
नरेंद्र मोदी के राज में ‘रेल का सफर’ सज़ा बन गया है!
आम आदमी की ट्रेनों से जनरल डिब्बे कम कर सिर्फ ‘एलीट ट्रेनों’ का प्रचार कर रही मोदी सरकार में हर वर्ग का यात्री प्रताड़ित हो रहा है।
लोग कन्फर्म टिकट लेकर भी अपनी सीट पर चैन से बैठ नहीं पा रहे, आम आदमी ज़मीन पर और टॉयलेट में… pic.twitter.com/BYLWPB7j37
— Rahul Gandhi (@RahulGandhi) April 21, 2024
ରାହୁଲ ଗାନ୍ଧି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ନରେନ୍ଦ୍ର ମୋଦୀଙ୍କ ସରକାରରେ ରେଳ ଯାତ୍ରା ଦଣ୍ଡ ପାଲଟି ଯାଇଛି। ସାଧାରଣଜନତାଙ୍କ ଟ୍ରେନରୁ ଜେନେରାଲ ବଗି କମ କରି କେବଳ ଏଲିଟ ଟ୍ରେନର ପ୍ରଚାର କରୁଥିବା ମୋଦୀ ସରକାରରେ ପ୍ରତ୍ୟେକ ବର୍ଗର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯାତ୍ରୀମାନେ ନିଶ୍ଚିତ ହୋଇଥିବା ସିଟ ଟିକେଟ ଧରି ମଧ୍ୟ ନିଜ ସିଟରେ ବସି ପାରୁ ନାହାନ୍ତି। ଯାତ୍ରୀମାନେ ଟ୍ରେନ ଚଟାଣ ନଚେତ ଶୌଚାଳୟ ନିକଟରେ ବସି ଯାତ୍ରା କରୁଛନ୍ତି। ସାଧାରଣଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୋଦୀ ସରକାରକୁ ତଡ଼ିବାକୁ ହେବ।
ରାହୁଲ ଗାନ୍ଧି ଯେଉଁ ଭିଡିଓ ସେୟାର କରିଛନ୍ତି ତାହାକୁ କେରଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।