ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରାଙ୍କୁ ହରିୟାଣାର ମନ୍ତ୍ରୀ ଅନୀଲ୍‌ ଭିଜ୍‌ ‘ପେଟ୍ରୋଲ୍‌ ବୋମା’ ବୋଲି କହିଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଯେଉଁଠାକୁ ଯିବେ ସେଠାରେ ନିଆଁ ଲଗାଇ ଦେବେ ବୋଲି ମନ୍ତ୍ରୀ ଭିଜ୍‌ ଟ୍ବିଟ୍‌ କରିଛନ୍ତି। ଏଣୁ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ସାବଧାନ ବୋଲି ଭିଜ୍‌ କହିଛନ୍ତି। ସୂଚନାଯୋଗ୍ୟ, ସିଏଏ ବିରୋଧୀ ହିଂସାରେ ନିହତ ହୋଇଥିବା ପରିବାରକୁ ଭେଟିବା ପାଇଁ ରାହୁଲ ଓ ପ୍ରିୟଙ୍କା ଯାଉଥିବା ବେଳେ ମିରଟ୍‌ରେ ଉତ୍ତର ପ୍ରଦେଶ ପ୍ରଶାସନ ସେମାନଙ୍କୁ ଅଟକାଇବା ପରେ ଭିଜ୍‌ ଏଭଳି ଟ୍ବିଟ୍‌ କରିଛନ୍ତି। ମିରଟ୍‌ ଦଙ୍ଗାରେ ବ୍ୟାପକ ପୋଡ଼ାଜଳା ସହ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଣୁ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଘଟଣା ସ୍ଥଳକୁ ଛଡ଼ା ଯାଇ ନଥିଲା।