ନୂଆଦିଲ୍ଲୀ: ଦଳୀ ସହକର୍ମୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ଭେଟିବାକୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କର ଗାନ୍ଧୀ ଭଦ୍ରା ଦିଲ୍ଲୀର ତିହାର ଜେଲ୍‌ରେ ପହଞ୍ଚିଥିଲେ। କଂଗ୍ରେସ ସାମୟିକ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚିଦମ୍ବରଙ୍କୁ ଭେଟିବାର ପ୍ରାୟ ମାସକ ପରେ ରାହୁଳ ଓ ପ୍ରିୟଙ୍କା ତାଙ୍କୁ ଭେଟିବାକୁ ଆସିଥିଲେ।

Advertisment

ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ଜାମିନ ଅଗ୍ରାହ୍ୟ କରି ଦିଲ୍ଲୀ ହାଇକୋର୍ଟଙ୍କ ବିରୋଧରେ ଚାଲେଞ୍ଜ୍‌ କରିଥିବା ପି ଚଦମ୍ବରମ୍‌ଙ୍କ ଆବେଦନର ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। ପ୍ରବର୍ତ୍ତନ ନିର୍ଦେଶାଳୟର ପ୍ରତିନିଧିତ୍ୱ କରୁଥିବା ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଅନ୍ୟ ଏକ ଖଣ୍ଡପୀଠରେ ଯୁକ୍ତି କରିବାରେ ବ୍ୟସ୍ତ ଥିବାରୁ ଜଷ୍ଟିସ୍‌ ଆର୍‌ ବାନୁମତୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାକୁ ନଭେମ୍ବର ୨୭ ତାରିଖ ନିମନ୍ତେ ପୋଷ୍ଟ୍‍ କରିଥିଲେ।

publive-image Image Courtesy of ANI

୭୪ ବର୍ଷିୟ ଚିଦମ୍ବରମ୍‌ଙ୍କ ଜେଲ୍‌ ରହଣି ୯୦ ଦିନରୁ ଅଧିକ ହୋଇଯାଇଥିବା ଦର୍ଶାଇ ତାଙ୍କ ଓକିଲ କପିଳ ସିବଲ କହିଲେ କି, ଅଦାଲତ ଅଧିକ ମୁଲତବୀକୁ ଅନୁମତି ନ ଦେଉ। ଦଳୀୟ ନେତାମାନଙ୍କ କହିବା ଅନୁସାରେ, ଏକାଧିକ ରୋଗାକ୍ରାନ୍ତ ଚିଦମ୍ବରମ୍‌ ତିନି ମାସ ମଧ୍ୟରେ ୧୦ କିଲୋ କମି ଗଲେଣି।